Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସ୍ମୃତି ଇରାନୀଙ୍କ ବାର ବିବାଦ, ଏମିତି କହିଲେ ହାଇକୋର୍ଟ

    Share on :
    ajab-Image
    Date: Aug 2, 2022    Views: 4304


     ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ତାଙ୍କ ଝିଅ ଜୋଇଶଙ୍କ ନାମରେ ଗୋଆରେ କୌଣସି ରେଷ୍ଟୁରାଣ୍ଟ କିମ୍ବା ବାର୍ ନାହିଁ  । ସେମାନଙ୍କ ନାମରେ କୌଣସି ଲାଇସେନ୍ସ ମଧ୍ୟ ଜାରି ହୋଇନାହିଁ କି ସେମାନେ କେବେ ଲାଇସେନ୍ସ ପାଇଁ ଆବେଦନ କରିନାହାନ୍ତି । ରେସ୍ତୋରାଁ କିମ୍ବା ଏହାର ଜମି ମଧ୍ୟ ସ୍ମୃତି ଇରାନୀ ଏବଂ ତାଙ୍କ ଝିଅଙ୍କ ନାଁରେ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ  କହିଛନ୍ତି  । 
    କଂଗ୍ରେସ ନେତା ଜୟରାମ ରମେଶ , ପନ ଖେରା , ଏନ ଡିସୁଜା ଏବଂ ଅନ୍ୟମାନେ ବିଜେପି ନେତ୍ରୀ ସ୍ମୃତି ଇରାନୀ ଏବଂ ତାଙ୍କ ଝିଅଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ମିଥ୍ୟା ଅଭିଯୋଗ ଆଣିଛନ୍ତି ଏବଂ ବ୍ୟକ୍ତିଗତ ଆକ୍ରମଣ କରିଛନ୍ତି ବୋଲି ହାଇକୋର୍ଟ କହିଛନ୍ତି  । କୋର୍ଟ କହିଛନ୍ତି ରେକର୍ଡରେ ଥିବା ତଥ୍ୟକୁ ଭଲଭାବେ ବିଚାରକୁ ନେବାପରେ ଜଣାପଡ଼ିଛି ଯେ ସ୍ମୃତି ଏବଂ ତାଙ୍କ ଝିଅଙ୍କ ନାଁରେ କୌଣସି ଲାଇସେନ୍ସ ଜାରି ହୋଇନାହିଁ । ଆବେଦନକାରୀ ଏବଂ ତାଙ୍କ ଝିଅ ରେଷ୍ଟୁରାଣ୍ଟ ମାଲିକ ମଧ୍ୟ ନୁହନ୍ତି  । ବିଜେପି ନେତ୍ରୀ ଏବଂ ତାଙ୍କ ଝିଅଙ୍କ ନୈତିକ ଚରିତ୍ର ଏବଂ ସମ୍ମାନ କ୍ଷୁର୍ଣ୍ଣ କରିବାପାଇଁ ଏଭଳି ଅଭିଯୋଗ ହୋଇଥିଲା ବୋଲି କୋର୍ଟ କହିଛନ୍ତି  ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook