Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରୋତ୍ତୋଳନରେ କାଂସ୍ୟ ଜିତିଲେ ହରଜିନ୍ଦର, ପଦକ ସଂଖ୍ୟା ୯କୁ ବୃଦ୍ଧି

    Share on :
    ajab-Image
    Date: Aug 2, 2022    Views: 4408

    ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଢ଼ିଲା ପଦକ ସଂଖ୍ୟା । ପୁଣି ଭାରୋତ୍ତୋଳନରେ ଆଉ ଏକ ପଦକ ଜିତିଛନ୍ତି ଭାରୋତ୍ତୋଳକାରୀ ହରଜିନ୍ଦର କୌର । ମହିଳା ୭୧କିଲୋ ବର୍ଗ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ହରଜିନ୍ଦର କୌର । ଭାରତର ପଦକ ସଂଖ୍ୟା ବଢି ୯ରେ ପହଞ୍ଚିଛି । ଭାରୋତ୍ତୋଳନରେ ଭାରତ ପାଖରେ ୭ ପଦକ ରହିଛି ସେଥିରୁ ୩ଟି ସ୍ବର୍ଣ୍ଣ ପଦକ ରହିଛି ।

    ହରଜିନ୍ଦର କୌର ମୋଟ ୨୧୨ କିଲୋ ଭାର ଉଠାଇଥିଲେ । ସେ ସ୍ନାଚରେ ୯୩ କିଲୋ ଓ କ୍ଲିନ ଆଣ୍ଡ ଜର୍ଗରେ ୧୧୯ କିଲୋ ଭାରୋତ୍ତୋଳନ କରିଥିଲେ । ସ୍ବର୍ଣ୍ଣ ଦୌଡରେ ଥିବା ନାଇଜେରିଆର ଜୟ ଓଗନେ ଇଜି କ୍ଲିନ ଓ ଜର୍କରେ ୩ଟି ପ୍ରୟାସରେ ବିଫଳ ହେବାରୁ ହରଜିନ୍ଦରଙ୍କ କାଂସ୍ୟ ନିଶ୍ଚିନ୍ତ ହୋଇଥିଲା ।ବ୍ରିଟେନର ସାରା ଡେଭି, କ୍ରୀଡା ରେକର୍ଡ ସ୍ଥାପନ କରିବା ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେ ମୋଟ ୨୨୯କିଲୋ ଉଠାଇଥିଲେ । ସ୍ନାଚରେ ସେ ୧୦୩ କିଲୋ ଓ କ୍ଲିନ ଆଣ୍ଡ ଜର୍କରେ ୧୨୬ କିଲୋ ଭାର ଉଠାଇଥିଲେ । କାନାଡାର ଆଲକ୍ସିସ ଆଶୱର୍ଥ ମୋଟ ୨୧୪ କିଲୋ ଉଠାଇ ରୌପ୍ୟ ପଦକ ଜିତିଛନ୍ତି । ସେ ସ୍ନାଚରରେ ୯୧ ଓ ଜର୍କରେ ୧୨୩ କିଲୋ ଭାର ଉଠାଇଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook