Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସଂସଦରେ କଞ୍ଚା ବାଇଗଣ ଖାଇଲେ ସାଂସଦ

    Share on :
    ajab-Image
    Date: Aug 2, 2022    Views: 4220

    ନୂଆଦିଲ୍ଲୀ : ସଂସଦରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି  । ଜଣେ ଟିଏମ୍ସି ସାଂସଦ ଆଜି ସଂସଦକୁ କଂଚା ବାଇଗଣ ଆଣି ଆସିଥିଲେ ଏବଂ ଦରବୃଦ୍ଧି  ପ୍ରସଙ୍ଗରେ ଆଲୋଚନା ସମୟରେ ସେ ଏହି କଞ୍ଚା ବାଇଗଣରୁ ଖଣ୍ଡେ  ଚୋବାଇ ଦରବୃଦ୍ଧି ସମସ୍ୟା ସଂକ୍ରାନ୍ତରେ କହିଥିଲେ  । ଟିଏମ୍ସି ସାଂସଦ କାକଳୀ ଘୋଷ ଦଷ୍ଟିଦାର ଆଜି ଲୋକସଭାରେ ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହେବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିଲେ  । 

    କିନ୍ତୁ ଏହି ସମାନ ସମୟରେ ସେ କହିଥିଲେ , ସରକାର କ’ଣ ଆମକୁ କଂଚା ପନିପରିବା ଖାଇବାକୁ ଚାହୁଛନ୍ତି  । ଏଲ୍ପିଜି ଗ୍ୟାସ ସିଲିଣ୍ଡର ଦର ଯେଉଁଭଳି ଭାବେ ବଢ଼ୁଛି ଏହାଦ୍ୱାରା ଲୋକମାନେ ଦିନେ ପନିପରିବା ନରାନ୍ଧି ଏହାକୁ କଂଚା ଖାଇବା ଏଭଳି ମନ୍ତବ୍ୟ ରଖିବା ସମୟରେ କାକଳୀ ନିଜେ ହାତରେ ଧରିଥିବା କଂଚା ବାଇଗଣରୁ ଖଣ୍ଡେ କାମୁଡ଼ିବା ଦେଖିବାକୁ ମିଳିଛି  । ଗ୍ୟାସ ଦର କମାଇବାପାଇଁ ସେ ଦାବି କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook