Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲା ଗାଡ଼ି; ୧୦ ମୃତ

    Share on :
    ajab-Image
    Date: Aug 1, 2022    Views: 4636

    କୋଲକାତା: ପଶ୍ଚିମବଙ୍ଗର କୋଚବେହେରା ଠାରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏକ ଗାଡ଼ି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଫଳରେ ୧୦ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି ।  ସୂଚନା ମୁତାବକ ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି । ୨୭ ଜଣ ଏଥିରେ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୧୬ଜଣଙ୍କୁ ଜଲପାଇଗୁରି ଡାକ୍ତରଖାନାକୁ ପଠାଯାଇଛି । ଅନ୍ୟ ୧୧ଜଣ ସାମାନ୍ୟ ଆହତ ହୋଇଛନ୍ତି ।
    ଘଟଣାକୁ ନେଇ ପୁଲିସ ତାର ପ୍ରତିକ୍ରିୟା ରଖିଛି । ପୁଲିସ କହିଛି କି, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଯୋଗୁ ଏପରି ଦୁର୍ଘଟଣା ଘଟିଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏଥିରେ ଥିବା କରେଣ୍ଟ ନିଶ୍ଚିତ ଭାବରେ ଜେନେରେଟର ସିଷ୍ଟମ ଯୋଗୁଁ ଆସିଥିବା କୁହାଯାଇଛି । ସମସ୍ତ ମୃତ ଓ ଆହତ ଯାତ୍ରୀ ସାଇଟାକୁଚି ପୁଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା ଥିଲେ ବୋଲି ଜଣାପଡ଼ିଛି । ହେଲେ ଦୁର୍ଘଟଣା ସ୍ଥଳରୁ ଗାଡ଼ିର ଡ୍ରାଇଭର ଫେରାର ହୋଇହଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook