Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଲଜ୍ଜା: ଢାବାରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ

    Share on :
    ajab-Image
    Date: Aug 1, 2022    Views: 4995

    ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଗୋଶାଳା ଅଞ୍ଚଳରେ ଥିବା ଏକ ଢାବାରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବୁର୍ଲା ଥାନାରେ ଅଭିଯୋଗ ହେବା ପରେ ପୁଲିସ ୬ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି। ଗିରଫ ଅଭିଯୁକ୍ତମାନେ ହେଲେ ଢାବା ମାଲିକ,ଦଲାଲ ମହିଳା ଓ ୪ଜଣ ଦୁଷ୍କର୍ମକାରୀ।
    ଜଣେ ମହିଳା ଦଲାଲ ନାବାଳିକାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଢାବାକୁ ଡାକି ନେଇ ଥିଲେ। ସେଠାରେ ଝିଅଟିକୁ ଦେହ ବେପାରରେ ଲଗାଇଥିଲେ। ପୁଲିସ ଏନେଇ କୌଣସି ସୂତ୍ରରୁ ଖବର ପାଇଥିଲା।  ଗତ ଶନିବାର ରାତିରେ ପୁଲିସ ଢାବାରେ ଚଢ଼ାଉ କରି ନାବାଳିକାଙ୍କୁ ସେଠାରୁ ଉଦ୍ଧାର କରିଥିଲା। ଏହାସହ ମାମଲା ରୁଜୁ କରି ଘଟଣା ତଦନ୍ତ ଜାରି ରଖିଥିଲା। ଗତକାଲି ପୁଲିସ ଘଟଣାର ତଦନ୍ତ କରି ୬ଜଣଙ୍କୁ ଗିରଫ କରିଥିଲା। ଅନ୍ୟ ପକ୍ଷରେ ପୀଡିତା ନାବାଳିକାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା  ପାଇଁ ଡାକ୍ତରଖାନାକୁ ପଠାଇଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook