Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୧.୩୦ ଯାଏଁ ଗୃହ ମୁଲତବୀ

    Share on :
    ajab-Image
    Date: Aug 1, 2022    Views: 3905

    ଭୁବନେଶ୍ୱର: ଆଜି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ହୋଇଛି । ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ହୋହାଲ୍ଲା କରିଛନ୍ତି ।  ଫଳରେ ବାଧ୍ୟ ହୋଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

    ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ  ବିଜେପି ଓ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଆସି ହୋହାଲ୍ଲା କରିଥିଲେ ।  ବିରୋଧୀ ବିଜେପି ସଦସ୍ୟ ଚିଟଫଣ୍ଡ ପ୍ରସଙ୍ଗରେ ଓ କଂଗ୍ରେସ ସଦସ୍ୟ ମରୁଡ଼ି ପ୍ରସଙ୍ଗ ଉଠାଇ ଆଲୋଚନା ଦାବି କରିଥିଲେ । ତେବେ ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ  ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

    ଅନ୍ୟପକ୍ଷରେ ଆଜି ଶେଷ ହୋଇପାରେ ମୌସୁମୀ ଅଧିବେଶନ। ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଅଭିନନ୍ଦନ ଜଣାଇବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଏକ ୨୬ ଜଣିଆ ବିଧାୟକ ମଣ୍ଡଳୀ ନୂଆଦିଲ୍ଲୀ ଗସ୍ତରେ ଯିବେ। ଆସନ୍ତା ମଙ୍ଗଳବାର ଅର୍ଥାତ୍ ୨ ତାରିଖରେ ସେମାନେ ନୂଆଦିଲ୍ଲୀ ଯାଇ ସେଠାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଜଣାଇବେ। ପରଦିନ ଅର୍ଥାତ୍‌ ୩ରେ ଭୁବନେଶ୍ବର ଫେରି ଆସିବା କାର୍ୟ୍ୟକ୍ରମ ରହିଛି। ବିଧାନସଭା ସଚିବାଳୟ ପକ୍ଷରୁ ବିଧାୟକଙ୍କ ଗସ୍ତ ଖର୍ଚ୍ଚ ବହନ କରାଯିବ।
    ବିଧାନସଭାର ଚଳିତ ମୌସୁମୀ ଅଧିବେଶନ ଆସନ୍ତା ୪ ତାରିଖ ଯାଏ ଚାଲିବାକୁ ପୂର୍ବରୁ ଦିନ ଧାର୍ୟ୍ୟ ହୋଇଥିଲା। ମାତ୍ର ବିଧାୟକଙ୍କ ଏହି ଗସ୍ତ ଥିବାରୁ ୧ ତାରିଖ(ସୋମବାର)ପରେ ଅର୍ଥାତ୍ ୩ ଦିନ ପୂର୍ବରୁ ମୌସୁମୀ ଅଧିବେଶନ ବନ୍ଦ ହୋଇପାରେ ବୋଲି ଆଲୋଚନା ହେଉଛି । ଦିଲ୍ଲୀ ଯାଉଥିବା ଏହି ପ୍ରତିନିଧି ମଣ୍ଡଳୀ‌େ‌ର ଉପବାଚସ୍ପତି ରଜନୀକାନ୍ତ ସିଂହ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ ଓ ପ୍ରତାପକେଶରୀ ଦେବ, ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଦେବୀପ୍ରସାଦ ମିଶ୍ର, ସୁଦାମ ମାର୍ଣ୍ଡି, ଶାରଦା ନାୟକ, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରସାରଥୀ ବେହେରା, ପଦ୍ମିନୀ ଦିଆନ, ତାରାପ୍ରସାଦ ବାହିନୀପତି, ସୁବାସଚନ୍ଦ୍ର ପାଣିଗ୍ରାହୀ, ନିତ୍ୟାନନ୍ଦ ଗଣ୍ଡ, ସୁଧୀର କୁମାର ସାମଲ, ମନୋହର ରନ୍ଧାରୀ, ରାଜେନ୍ଦ୍ର କୁମାର ସାହୁ, ରାଜକିଶୋର ଦାସ, ଅନନ୍ତ ନାରାୟଣ ଜେନା, ରମେଶ ଚନ୍ଦ୍ର ବେହେରା, ନାଉରୀ ନାୟକ ଓ କୁସୁମ ଟେଟେ ପ୍ରମୁଖ ସାମିଲ ହେବେ ବୋଲି ଜଣାପଡିଛି।

    Maximum 500 characters

    ତାଜା ଖବର View all

    Find Us on Facebook