Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରୋତ୍ତୋଳନରେ ଅଚିନ୍ତ ସିଉଳି ଦେଲେ ତୃତୀୟ ସ୍ବର୍ଣ୍ଣ

    Share on :
    ajab-Image
    Date: Aug 1, 2022    Views: 4341

    ବର୍ମିଂହାମ: କମନୱେଲ୍‌ଥ ଗେମ୍ସ ୨୦୨୨  ପ୍ରତିଯୋଗିତାରେ ଭାରତୀୟ କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦେଶକୁ ପଦକ ପରେ ପଦକ ଭେଟି ଦେଉଛନ୍ତି ଆଥଲେଟ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ ପଦକ । ୭୩ କିଲୋ ଭାରୋତ୍ତୋଳନ ଇଭେଣ୍ଟରେ ୨୦ ବର୍ଷୀୟ ଅଚିନ୍ତ ସିଉଳି ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଭାରତ ଏଯାବତ ୬ଟି ପଦକ ଜିତିଥିବାବେଳେ ୩ଟି ସ୍ବର୍ଣ୍ଣ ପଦକ ରହଛି । ସମସ୍ତ ପଦକ ଭାରୋତ୍ତୋଳନ ହିଁ ଜିତିଛି ଭାରତ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କମନୱେଲ୍ଥ ଗେମ୍ସରେ ଏଯାବତ ଖେଳାଯାଇଥିବା ଭାରୋତ୍ତୋଳନ ଇଭେଣ୍ଟରେ ସର୍ବାଧିକ ପଦକ ଜିତିଛି ଭାରତ । ପ୍ରଥମେ ସ୍ନାଚ୍‌ରେ ସେ ୧୩୭ ଭାରୋତ୍ତଳନ କରି ଦମଦାର ଆରମ୍ଭ କରିଥିଲେ ।ଦ୍ବିତୀୟ ପ୍ରୟାସରେ ୧୪୦କିଲୋ ଉଠାଇଥିଲେ । ତୃତୀୟ ତଥା ଫାଇନାଲ ରାଉଣ୍ଡରେ ସଫଳତାର ସହ ୧୪୩ କିଲୋ ଉଠାଇ ଏକ ନୂଆ କମନୱେଲଥ ରେକର୍ଡ କରିଛନ୍ତି ଅଚିନ୍ତା । କ୍ଲିନ୍‌ ଓ ଜର୍କରେ ପ୍ରଥମ ପ୍ରୟାସରେ ସେ ୧୬୬ କେଜି ଉଠାଇଥିଲେ । ଦ୍ବିତୀୟ ପ୍ରୟାସରେ ସେ ୧୭୦କିଲୋ ଉଠାଇବାକୁ ଭାବିଥିଲେ ମାତ୍ର ବିଫଳ ହୋଇଥିଲେ । କ୍ଲିନ୍‌ ଓ ଜର୍କ ଅନ୍ତିମ ରାଉଣ୍ଡରେ ସେ ୧୭୦କେଜି (୧୪୩+୧୭୦) ଉଠାଇଥିଲେ । ସଫଳତାର ସହ ୧୭୦କେଜି ଉଠାଇ ଅଚିନ୍ତା ମୋଟ ୩୧୩ (୧୪୩କେଜି+୧୭୦କେଜି) ଉଠାଇ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook