Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗଣ୍ଡଗୋଳ ଯୋଗୁଁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ

    Share on :
    ajab-Image
    Date: Aug 1, 2022    Views: 5000

    ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂରେ ଉତ୍ତେଜନା । ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଗଣ୍ଡଗୋଳ । ଅସ୍ଥାୟୀ ଦୋକାନ ଉଠାଇବା ଦାବିରେ ଗଣ୍ଡଗୋଳ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ । କିଛି ଦିନ ପୂର୍ବେ ଅସ୍ଥାୟୀ ଦୋକନ ହଟାଇଥିଲା ବିଏମସି । ବାରଣ ସତ୍ତ୍ୱେ ଦୋକାନ ଖୋଲିବାରୁ ଗଣ୍ଡଗୋଳ ।ସୂଚନାନୁସାରେ ସ୍ଥାୟୀ ଦୋକାନୀ ସଂଘ ଅସ୍ଥାୟୀ ଦୋକାନୀମାନଙ୍କୁ ଦୋକାନ ହଟାଇବା ପାଇଁ କହିଥିଲେ । ଗଣ୍ଡଗୋଳ ପରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂକୁ ବନ୍ଦ କରାଯାଇଛି ।  ବ୍ୟବସାୟୀ ସଂଘ ବନ୍ଦ ନେଇ ସୂଚନା ଦେଇଛି ।

    ବିଏମସିର ନିୟମ ଅନୁସାରେ ସେମାନେ ଦୋକାନ ପକାଇ ପାରିବେନି ବୋଲି ତାଙ୍କୁ ଚେତାବନୀ ଦେଇଥିଲେ । ହେଲେ ଅସ୍ଥାୟୀ ଦୋକାନ ବିରୋଧ କରିବାରୁ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଠେଲା ପେଲା ହୋଇଥିବା ମଧ୍ୟ ଦେଖାଯାଇଛି । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥିତିକୁ ନିୟନ୍ତ୍ରଣାଧୀନ କରିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook