Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏହି ମନ୍ତ୍ରୀ କରୋନା ସଂକ୍ରମିତ

    Share on :
    ajab-Image
    Date: Jun 20, 2022    Views: 4353

    ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ପୁଣିଥିରେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । କୋଭିଡ ସଂକ୍ରମିତ ହୋଇଥିବା କାରଣରୁ ସେ ବର୍ତ୍ତମାନ ଆଇସୋଲେସନରେ ରହିଛନ୍ତି । ତେଣୁ ଆସନ୍ତା ୨୩ ତାରିଖରେ ରାଜେନ୍ଦ୍ର ନଗରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ହେବାକୁ ଥିବା ନିର୍ବାଚନ ପ୍ରଚାରରେ ଯୋଗ ଦେଇପାରିବେ ନାହିଁ ସ୍ପଷ୍ଟ କରିଛନ୍ତି ।

    ଟ୍ବିଟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଲେଖିଛନ୍ତି, "ମୋ କୋରୋନା ରିପୋର୍ଟ ପଜିଟିଭ ଆସିଛି । ତେଣୁ ରାଜେନ୍ଦ୍ର ନଗରରେ ହେବାକୁଥିବା ସମ୍ମିଳନୀରେ ସାମିଲ ହୋଇପାରିବି ନାହିଁ ।" କୋଭିଡ ସଂକ୍ରମିତ କାରଣରୁ ପ୍ରଚାରରେ ସାମିଲ ହୋଇପାରୁନଥିବାରୁ ସେ ସ୍ଥାନୀୟ ଲୋକଙ୍କୁ କ୍ଷମା ମାଗିଛନ୍ତି । ତେବେ ଏହି ଆସନରେ ବିଜେପିର ପ୍ରାର୍ଥୀ ଥିବା ରାଜେଶ ଭାଟିଆଙ୍କୁ ଭୋଟ ଦେବାକୁ ସେ ଅପିଲ କରିଛନ୍ତି । ପୂର୍ବରୁ ୨୦୨୦ରେ ମଧ୍ୟ ସ୍ମୃତି ଇରାନୀ କୋରୋନା ସଂକ୍ରମିତ ହୋଇଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook