Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

IPL

ମୁଖ୍ୟ ଖବର

    ସାବଧାନ! ଯୋଗ କଲାବେଳେ କରନ୍ତୁ ନାହିଁ ଏମିତି ଭୁଲ୍

    Share on :
    ajab-Image
    Date: Jun 18, 2022    Views: 3089

    ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀରେ  ଶରୀରରକୁ ଫିଟ୍ ଏବଂ ରୋଗରୁ ମୁକ୍ତ ରଖିବା ପାଇଁ ଯୋଗର ସାହାଯ୍ୟ ନେଉ  । ଆପଣ ଜାଣିଛନ୍ତି କି ଯୋଗ ର କିଛି ନିୟମ ଥାଏ  । ଯଦି ଯୋଗ କରିବା ସମୟରେ ଆପଣ ଏହି ଦିଗ ପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆପଣଙ୍କ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ  । ଆସନ୍ତୁ ଜାଣିବା ଯୋଗକୁ ନେଇ କିଛି ଜରୁରୀ ନିୟମ  ।

    - ଯୋଗ କରିବା ପୂର୍ବରୁ ଆପଣଙ୍କୁ ୱାର୍ମଅପ୍ କରିବା ଜରୁରୀ  । ସେଥିପାଇଁ ପ୍ରଥମେ ହାଲକା ଫୁଲକା ବ୍ୟାୟାମ କରନ୍ତୁ  । ଯେତେବେଳେ ଆପଣଙ୍କ ଶରୀର ନମନୀୟ ହୋଇଯିବ, ସେତେବେଳେ ଯୋଗାସନ କରନ୍ତୁ  ।

    -ସକାଳେ ଯୋଗ କରନ୍ତୁ ବା ସନ୍ଧ୍ୟାରେ, ଏହି ବିଶେଷ ଦିଗ ପ୍ରତି ଧ୍ୟାନ ରଖନ୍ତୁ କି ସବୁବେଳେ ଯୋଗ ଖାଇବାର ୩ ଘଣ୍ଟା ପରେ କରିବା ଉଚିତ୍  । ଆପଣ ଖାଲି ପେଟରେ ବି ଯୋଗ କରିପାରିବେ  ।

    - ଏମିତି ନୁହେଁ କି ଆପଣ କୁଆଡେ ବି ଯାଇକି ଯେକୈାଣସି ଆସନ କରିବେ  । ସବୁବେଳେ ପ୍ରଶିକ୍ଷକ ଦ୍ୱାରା ବତାଯାଇଥିବା ଅନୁସାରେ ଯୋଗ କରନ୍ତୁ  । କାହିଁକିନା ଭୁଲ୍ ଆସନ କରିବା ଦ୍ୱାରା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ  । ଏମିତି କରିବା ଦ୍ୱାରା ଆପଣଙ୍କ ଅଣ୍ଟା ବିନ୍ଧା, ଆଣ୍ଠୁ ବ୍ୟଥା, ମାଂସପେଶୀ ଟାଣିବା ଆଦି ହୋଇପାରେ  ।

    - ଯୋଗାସନ କରିବା ପରେ ପରେ ଗାଧାନ୍ତୁନି  । ଯେବେ ବି ଯୋଗ କରିବେ ତାହାର ତୁରନ୍ତ ପରେ ଗାଧାନ୍ତୁନି, କାହିଁକିନା କୈାଣସି ବି ବ୍ୟାୟାମ ବା ଅନ୍ୟ ଶାରୀରିକ ଗତିବିଧି ପରେ ଶରୀର ଗରମ ହୋଇଯାଏ  । ଏହାପରେ ଗାଧୋଇବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ସେଥିପାଇଁ ଯୋଗ କରିିବାର ଏକ ଘଣ୍ଟା ପରେ ଗାଧାନ୍ତୁ  ।

    -ଯୋଗାସନ କରିବା ସମୟରେ ନିଜ ପାଖରେ ମୋବାଇଲ ଫୋନ ରଖନ୍ତୁନି  । କାହିଁକିନା ଏହି ସମୟରେ ଆପଣଙ୍କ ଧ୍ୟାନ ବିଚୁ୍ୟତ ହେଲେ ଷ୍ଟେପ ଭୁଲ୍ ବି ହୋଇପାରେ  ।

    Maximum 500 characters

    Find Us on Facebook