ମୁଖ୍ୟ ଖବର
ଯୋଗ କ’ଣ ? ଯେତେବେଳେ ଏହି ପ୍ରଶ୍ନ ଆମ ମନକୁ ଆସେ କୌଣସି ବୃଦ୍ଧ ବ୍ୟକ୍ତି ଅବା ସାଧୁ ବାବଙ୍କ ର ଚିତ୍ର ଖେଳିଯାଏ ଆଖିରେ । ଆମେ ମାନିଥାଉ ଯୋଗ କେବଳ ଶରୀରକୁ ଅଙ୍ଗଭଙ୍ଗୀ ର ବିଭିନ୍ନ ମୁଦ୍ରାର ନାମ ନୁହେଁ ବରଂ ଏହା କେବଳ ବୟସ୍କ ବା ବୃଦ୍ଧଙ୍କର କରିବାର କାମ । କିନ୍ତୁ ଏହା ସଂପୂର୍ଣ୍ଣ ରୂପେ ଏକ ବିଜ୍ଞାନ ଅଟେ,ଯାହା ଆମକୁ କେବଳ ବାହ୍ୟ ପ୍ରକୃତି ସହିତ ଯୋଡେ ନାହିଁ ବରଂ ଆମ ଭିତରେ ଲୁଚି ରହିଥିବା ଏକ ଅଜ୍ଞାତ ଶକ୍ତିକୁ ମଧ୍ୟ ଏକତ୍ରିତ ଓ ବିକଶିତ କରେ । ଯୋଗ ପ୍ରାଚୀନ ଭାରତୀୟ ସଂସ୍କୃତିର ଏକ ସ୍ୱତନ୍ତ୍ର ପରିଚୟ । ଯଦି ଏହା ଏକ ବିଜ୍ଞାନ ହୁଏ ତେବେ ଏହା ବଳରେ ଭାରତକୁ କେବଳ ଏକ ସୁନାର ଚଢେଇ ବୋଲି କୁହାଯାଉଥିଲା । ଭଗବାନ ଶିବଶଙ୍କରଙ୍କ ପରେ ବୈଦିକ ରୁଷି ମୁନିଙ୍କ୍ ଦ୍ୱାରା ହିଁ ଯୋଗାଡ ଆରମ୍ଭ ବୋଲି ଆମେ ମାନିଥାଉ । ପରେ ପରେ କୃଷ୍ଣ ,ବୁଦ୍ଧ ,ମହାବୀର ଆଦି ମଧ୍ୟ ନିଜ ନିଜ ଚିନ୍ତାଧାରା ହିସାବରେ ଯୋଗର ପ୍ରସାର କରିଛନ୍ତି । ପରବର୍ତ୍ତୀ ସମୟରେ ପାତାଞ୍ଜଳି ମଧ୍ୟ ସୁବ୍ୟବସ୍ଥିତ କରି ଯୋଗସୂତ୍ର ର ରଚନା କରିଛନ୍ତି ,ଯାହା ମାନବ ସମାଜ ପାଇଁ ବରଦାନ ଠାରୁ ମଧ୍ୟ କିଛି କମ ନୁହେଁ ।
ଯୋଗର ଅର୍ଥ କେବଳ ଆମେ କରୁଥିବା ଆସନ ନୁହେଁ । ଯୋଗର ଅର୍ଥ ଯୋଡ,ସନ୍ଧି ,ଏକାତ୍ମତା । ଯୋଗ ଶବ୍ଦ ସଂସ୍କୃତ ଭାଷା “ଯୁଜ” ରୁ ଉଦ୍ଧୃତ, ଯାହାର ଅର୍ଥ ଯୋଡିବା । ଯୋଗ ଆମ ଶରୀର ମନ ଏବଂ ଆତ୍ମା ମଧ୍ୟରେ ସଂଯମତା ବା ସନ୍ତୁଳନ କରିଥାଏ,ସରଲା ଏବଂ ସାକାରାତ୍ମକ ବନେଇ ଥାଏ,କାରଣ ଆମ ଶରୀର ର ଭିତର ବାହାର ଖଞ୍ଜା ପାଇଁ ଆସନର ବିଶେଷ ଭୂମିକା ରହିଛି । ସେଥିପାଇଁ ଆମକୁ ଲାଗେ ଯେ ଯୋଗର ଅର୍ଥ କେବଳ ଶାରୀରିକ ଆସନ ମଧ୍ୟରେ ସୀମିତ । ଆସନ ହେଉଛି ଦୁଇ ପ୍ରକାର । ପ୍ରଥମ ଶ୍ରେଣୀର ଆସନକୁ “ଧ୍ୟାନାଶନ “ ଏବଂ ଦ୍ୱିତୀୟ ଶ୍ରେଣୀର ଆସନକୁ “ସ୍ୱାସ୍ଥ୍ୟସନ” କୁହାଯାଏ । ଯେଉଁ ଆସନରେ ବସି ମନକୁ ସ୍ଥିର କରିବା ପାଇଁ ପ୍ରଯନô କରାଯାଏ ତାକୁ”ଧ୍ୟାନାଶନ “ କୁହାଯାଏ ଏବଂ ଯେଉଁ ଆସନ ବ୍ୟାୟାମ ନିୟମିତ କରାଯାଏ ତାକୁ “ସ୍ୱସ୍ଥୟାସନ”କୁହାଯାଏ ।
ଯୋଗର ପରିମାଣ ହେଉଛି- ଆତ୍ମା ଏବଂ ପରମାତ୍ମା ର ସଂଯୋଗ ହେବା । ଅର୍ଥାତ ଆତ୍ମା ସହିତ ପରମାତ୍ମା ର ଯୋଗ ବା ଯୋଡିବା ଅର୍ଥାତ ଏକାତ୍ମା ହେବା । ଯୋଗ ଶ୍ରଦ୍ଧା ବା ଧର୍ମର ବିଷୟ ନୁହେଁ ,ଏହା ବିଜ୍ଞାନର ବିଷୟ । ଏହାକୁ ହିନ୍ଦୁ କରୁ ବା ମୁସଲମାନ ,ଧନୀ କରୁ ବା ଗରିବ ସମସ୍ତଙ୍କୁ ଲାଭ ମିଳେ । ଯୋଗ କରିବା ପାଇଁ ବା ଏହାର ଲାଭ ପାଇବା ପାଇଁ କୌଣସି ଶ୍ରଦ୍ଧା ବା କର୍ମକାଣ୍ଡ ର ଆବଶ୍ୟକତା ନ ଥାଏ,କେବଳ ଯୋଗ କରିବା ଜରୁରୀ । ଯେମିତି ଜ୍ୱର ପାଇଁ କ୍ରୋଶିନ ।କ୍ରୋଶିନ କଣ ସେତେବେଳେ ଆମ ଶରୀରରେ କାମ କରେ ।ଯେତେବେଳେ ଆମର ତା ଉପରେ ଅତୁଟ ବିଶ୍ୱାସ ଆସେ ?ନା,ଆପଣ ଏହାକୁ ଜ୍ୱର ସମୟରେ ଶ୍ରଦ୍ଧାର ସହିତ ଖାଆନ୍ତୁ ଅନିଚ୍ଛାରେ ଖାନ୍ତୁ ବା ଘୃଣାକରି ଖାଆନ୍ତୁ ଏହା ତଥାପି କାମ କରେ ,ଏହା ହିଁ ହେଉଛି ବିଜ୍ଞାନ । ଯୋଗ ମଧ୍ୟ ଏହିପରି ବିଜ୍ଞାନ ଶ୍ରେଣୀୟ,କାରଣ ଆପଣ ଏହାକୁ ଶ୍ରଦ୍ଧାର ସହିତ କରନ୍ତୁ ବା ଅନିଚ୍ଛାରେ କରନ୍ତୁ ଲାଭ ନିଶ୍ଚୟ ପାଇବେ । ଏହା ନିଶ୍ଚିତ ଯେ ଯଦି କୌଣସି କାମକୁ ସମର୍ପଣର ସହିତ କରାଯାଏ ଆମକୁ ଶୀଘ୍ର ବା ଅଧିକ ଫଳ ମିଳିଥାଏ । ସର୍ବୋପରି ଏହା କୁହାଯାଇ ପାରେ ଯେ ଯୋଗ ସମସ୍ତଙ୍କ ପାଇଁ ଏବଂ ସବୁଠୁ ଭଲ ଲାଭଦାୟକ ଅଟେ ।
ଯୋଗାଡ ସବୁଠୁ ବଡ ଲାଭ ହେଉଛି ଯଦି ଏହାକୁ ଠିକ ଭାବରେ କରାଯାଏ ତେବେ ଏହା ଦ୍ୱାରା କୌଣସି କ୍ଷତି ହୁଏ ନାହିଁ । ଏହା ସଂପୂର୍ଣ୍ଣ ପ୍ରକୃତିକ ଅଟେ । ଏହାକୁ ବୈଜ୍ଞାନିକ ଏବଂ ଚିକିସôକମାନେ ଲକ୍ଷ ଲକ୍ଷ ଲୋକଙ୍କ ଉପରେ ପରୀକ୍ଷା ନିରୀକ୍ଷା କରି ପ୍ରମାଣ କରିଛନ୍ତି ଯେ ଏହା ବିଧି ବା ପ୍ରକ୍ରିୟା ନୁହେଁ,ବରଂ ଏହା ଶରୀରରୁ ସମସ୍ତ ରୋଗ ଦୂର କରି,ମସ୍ତିଷ୍କକୁ ଚିନ୍ତାମୁକ୍ତ କରି ଆତ୍ମା ଏବଂ ଇଶ୍ୱର ଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରେ । ଯାହା ଦ୍ୱାରା ଆମ ଶରୀର ଭିତରେ ଥିବା ଲୁକ୍କାୟିତ ଶକ୍ତିର ପରିପ୍ରକାଶ ହୁଏ ଏବଂ ଆମେ ସଂପୂର୍ଣ୍ଣ ବିକଶିତ ହେଉ ।
ସାଧାରଣତଃ ଆମେ ଜାଣିଥଊ ଯେ ଶରୀର ଏବଂ ମନ ଦୁଇଟି ଅଲଗା ଅଲଗା ଜିନିଷ । କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଅଲଗା ହୋଇ ମଧ୍ୟ ଏହା ପରସ୍ପପର ଅଙ୍ଗାଙ୍ଗି ଭାବେ ଜଡିତ । ଗୋଟିଏ ଅନ୍ୟ ଟିକୁ ପ୍ରଭାବିତ କରେ ।ଯଦି ଗଭୀର ଭାବରେ ଚିନ୍ତା କରାଯାଏ ଏହା ସ୍ପଷ୍ଟ ବାରି ହୋଇ ପଡିବ ଯେ ଆମେ ଶରୀର ଏବଂ ମନ ବ୍ୟତୀତ ଭିନ୍ନ କିଛି । କିଛି ତ ଅଛି ଯାହା ଆମ ଶରୀର ଏବଂ ମନକୁ ନିୟନ୍ତ୍ରଣ କରୁଛି । ଯାହାକୁ ଆମେ ଶକ୍ତି ,ଚେତନା ଅଥବା ଆତ୍ମା କହିଥାଉ । ଯୋଗ ଆମ ଶରୀରର ଏବଂ ମନ ସହିତ ଆତ୍ମାକୁ ମଧ୍ୟ ସୁସ୍ଥ ରଖିଥାଏ । ଦେଖାଯାଏ ଆମ ଶରୀର ଏବଂ ମନକୁ ସେତେବେଳେ ରୋଗ ଆକ୍ରାନ୍ତ କରେ,ଯେତେବେଳେ ଏହାର ସମ୍ବନ୍ଧ ଆତ୍ମା ସହିତ ଦୁର୍ବଳ ହୋଇପଡେ । ଯୋଗ ଦ୍ୱାରା ମଣିଷର ଶରୀର,ମନ ଏବଂ ଆତ୍ମା ପ୍ରତ୍ୟେକ ସ୍ତରରେ ସମୃଦ୍ଧ ହୋଇଥାଏ ।ଯୋଗ ଆମର ରୋଗ ପ୍ରତିରୋଧକ ଶକ୍ତି ବଢେଇବା ସହିତ ଆମର ସାକାରାତ୍ମକ ଚିନ୍ତାଧାରାକୁ ମଦ୍ୟ ବିକଶିତ କରିଥାଏ । ତେଣୁ କୁହାଯାଇ ପାରେ ଯୋଗ ଏକ ସଂପୂର୍ଣ୍ଣ ପଦ୍ଧତି ଅଟେ ।
Comments ସମସ୍ତ ମତାମତ 0