Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଡ଼ ଖବର: ଓଡ଼ିଶା ଛୁଇଁଲା ମୌସୁମୀ

    Share on :
    ajab-Image
    Date: Jun 16, 2022    Views: 4727

    ଭୁବନେଶ୍ୱର: ଅସହ୍ୟ ତାତି ଭିତରେ ଏକ ଭଲ ଖବର ଆସିଛି । ତାହା ହେଲା  ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ମୌସୁମୀ ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।  ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଥିବା ଜଣାଯାଇଛି । 

     ତେବେ ଚିନ୍ତାର ବିଷୟ ହେଲା, ଆରମ୍ଭରୁ ମୌସୁମୀ ଭଲ ବର୍ଷା ଦେବନି । ତୃତୀୟ ସପ୍ତାହ ବେଳକୁ ମୌସୁମୀ ପ୍ରବାହ ଅଧିକ ସକ୍ରିୟ ହେବା ସହ ରାଜ୍ୟରେ ବର୍ଷା ବଢ଼ିବ ।

    ଆଇଏମଡି ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ଓଡ଼ିଶାରେ ବର୍ଷା ବଢ଼ିବ । ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ମାତ୍ର ଆରମ୍ଭରୁ ମୌସୁମୀ ପ୍ରବାହ ସେତେ ଶକ୍ତିଶାଳୀ ରହିବ ନାହିଁ। ତେଣୁ ମୌସୁମୀ ଆଗମନ ସତ୍ତେ୍ୱ ଏବେ ଭଲ ବର୍ଷା ସମ୍ଭାବନା କମ୍‌ । କେବଳ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ। ମୌସୁମୀ ପ୍ରବାହ ସକ୍ରିୟ ହେଲାବେଳକୁ ଜୁନ୍‌ ୨୨/୨୩ ତାରିଖ ହୋଇଯିବ । ତା’ପରେ ବର୍ଷା ବଢ଼ିବ ଓ ଅଧିକ ହେବ।

    ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି, ଗଞ୍ଜାମ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ପବନ ହୋଇପାରେ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହ ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡା, ବାଲେଶ୍ବର ଏବଂ ଭଦ୍ରକ ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ବଜ୍ରପାତକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଉପରୋକ୍ତ ଜିଲାଗୁଡିକୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook