Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜି ଶେଷ ରଜ,ଉତ୍ସବ ମୁଖର ଓଡ଼ିଶା

    Share on :
    ajab-Image
    Date: Jun 16, 2022    Views: 4567

    ଭୁବନେଶ୍ୱର: ରଜ ପାଇଁ ଉତ୍ସବ ମୁଖର ଓଡ଼ିଶା । ଆଜି ହେଉଛି ଶେଷ ରଜ । ସବୁଠି ମହାଆଡ଼ମ୍ବରରେ ହେଉଛି ଉତ୍ସବ । ଗାଁଠୁ ରାଜଧାନୀ ପର୍ୟ୍ୟନ୍ତ ଚାଲିଛି ରଜ ମଉଜ । କୂଆଁରିଙ୍କ ମନରେ ଅସୁମାରି ଆନନ୍ଦ ଉଲ୍ଲାସ । ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ରଜ ଦୋଳିର ମଜା ନେଇଛନ୍ତି ଝିଅ ଓ ବୋହୂ । ପିଠାପଣାର ମହକରେ ବାସୁଛି ଗାଁ ଗଣ୍ଡା । ସବୁଠି ପୋଡ଼ ପିଠା ସାଙ୍ଗକୁ ରଜ ପାନର ଆଦର । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି । ଅନେକ ଗାଁରେ ଆୟୋଜିତ ହେଉଛି ଦୋଳି ଓ କବାଡ଼ି ଖେଳ ପ୍ରତିଯୋଗିତା । ଭୁବନେଶ୍ୱରରେ ଓଟିଡିସି ପକ୍ଷରୁ ରଜ ଉତ୍ସବ ଆୟୋଜନ କରାଯାଉଛି । ପାରମ୍ପରିକ ପିଠାର ପସରା ଖୋଲି ଗଡ଼ୁଛି ପିଠା ଅନ ହ୍ୱିଲ୍ ।

    ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । ମାଟି ମା' ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି । କୁମାରୀମାନଙ୍କ ପାଇଁ ରଜପର୍ବ ବିଶେଷ ଗୁରୁତ୍ବବହନ କରେ । ତେଣୁ ମା’ମାଟିକୁ ଝିଅମାନଙ୍କ ସହ ତୁଳନା କରାଯାଇ ସେମାନଙ୍କୁ ବିଶ୍ରାମ ଦିଆଯାଏ । ଆସନ୍ତାକାଲି (ଶୁକ୍ରବାର) ବସୁମତୀ ସ୍ନାନ । ମାଟି ମାଆକୁ ପୂଜା କରାଯାଏ 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook