Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇଉରୋପ ଆଡକୁ ଭାରତ ଖସୁଛି!

    Share on :
    ajab-Image
    Date: Jun 13, 2022    Views: 4723

    ଭୁବନେଶ୍ୱର : ଏଡିଲେଡ୍ ବିଶ୍ୱବିଦ୍ୟାଳୟର ଗବେଷକଦଳଙ୍କ ଅନୁଧ୍ୟାନରୁ ଜଣାପଡିଛି, ଯେ ଆଗାମୀ କିଛି ବର୍ଷ ପରେ ଭାରତର  ନକ୍ସା ଇଉରୋପ ମହାଦେଶରେ ମିଶିଯିବ । କେଇ ସପ୍ତାହ ତଳର ନକ୍ସାକୁ ସେମାନେ ଟ୍ୱିଟରରେ ଅପଲୋଡ କରିଛନ୍ତି । ଭୂମି ତଳେ ଥିବା ଟେକ୍ଟୋନିକ୍ ପ୍ଲେଟ୍ ପରସ୍ପର ସହ ଧକ୍କା ହେଲେ  ଭୂମିକମ୍ପ ହୁଏ । ଗବେଷକମାନେ ତିଆରି କରିଥିବା ନକ୍ସାରେ ପୃଥିବୀପୃଷ୍ଠର ପ୍ରତିଟି ଅଂଚଳରେ ଥିବା ଟେକ୍ଟୋନିକ୍ ପ୍ଲେଟ୍ ସ୍ପଷ୍ଟ ଭାବେ ଜଣାପଡୁଛି । ସେମାନଙ୍କ ଅନୁମାନ ଯେ, କିଛି ବର୍ଷ ପରେ ଏହି ପ୍ଲେଟ୍ ଧକ୍କା କାରଣରୁ ହିମାଳୟର ଉତ୍ତର ଭାଗରେ ବଡଧରଣର ଭୂମିକମ୍ପ ହେବ । କମ୍ପନ ହେବା ପରେ ଭାରତ ଧୀରେୀରେ ତା’ନକ୍ସାରୁ ଖସି ଇଉରୋପ ଆଡକୁ ଯିବ ।

    ଲଗାତାର ଭୂମିକମ୍ଫ ହେଲେ, ୨୦୦ ବର୍ଷ ପରେ ଭାରତ ଅନ୍ୟ କେଉଁ ମହାଦେଶର ନକ୍ସାରେ ଥିବ ବୋଲି ଗବେଷକ ଅନୁମାନ କରିଛନ୍ତି । ୪୦୦ବର୍ଷ ପୂର୍ବେ ଭାରତ ଯେଉଁ ସ୍ଥାନରେ ଥିଲା, ବର୍ତ୍ତମାନ ସେଠାରୁ ସ୍ଥାନାନ୍ତର ହୋଇଛି । ଦେଖାଯାଉ, ଆଉ କିଛି ବର୍ଷ ପରେ ଭାରତ କେଉଁ ଆଡକୁ ଯିବ ।   

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook