Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ

    Share on :
    ajab-Image
    Date: Jun 13, 2022    Views: 4336

    ନୂଆଦିଲ୍ଲୀ: ବଢ଼ୁଛି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଅଡ଼ୁଆ । ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବେ ରାହୁଲ ଗାନ୍ଧୀ । ଏନେଇ ଜଣାପଡ଼ିବା ପରେ ରାହୁଲଙ୍କ ସମର୍ଥନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଦିଲ୍ଲୀରେ କଂଗ୍ରେସ କର୍ମୀମାନେ ନାରାବାଜି ଦେବା ସହ ଏଆଇସିସି ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି । ଘଟଣାକୁ ଦୃଷ୍ଟିରେ ରଖି ଶତାଧିକ କଂଗ୍ରେସ କର୍ମୀଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଛି ।
    ସୂଚନା ଥାଉକି, ଗତ ୩ ତାରିଖରେ ନେସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ବା (ଇଡି) ରାହୁଲଙ୍କୁ ସମନ କରିଥିଲା । ପୂର୍ବରୁ ମଧ୍ୟ ଏହି ମାମଲାରେ ଇଡି ଗୋଟିଏ ଥର ସମନ କରିସାରିଥିବା ବେଳେ ଏହା ଥିଲା ଇଡିର ଦ୍ବିତୀୟ ଥର ପାଇଁ ସମନ । ସମନ ଅନୁଯାୟୀ ଜୁନ୍‌ ୧୩ ତାରିଖ ଅର୍ଥାତ୍‌ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟକାର୍ୟ୍ୟାଳୟରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଥିଲା । ଏହା ପୂର୍ବରୁ ଜୁନ୍ ୨ ତାରିଖରେ ଇଡି ରାହୁଲଙ୍କୁ ଡକାଇଥିଲା । ହେଲେ ରାହୁଲ ବିଦେଶରେ ଥିବା ଦର୍ଶାଇ ହାଜର ହୋଇନଥିଲେ । ଏହି ମାମଲାରେ ସୋନିଆଙ୍କୁ ମଧ୍ୟ ସମନ ହୋଇଛି । ହେଲେ ତାଙ୍କର ସ୍ୱାସ୍ଥାବସ୍ଥା ଖରାପ ଥିବାରୁ ସେ ୩ ସପ୍ତାହ ଇଡିକୁ ସମୟ ମାଗିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook