Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଚୀନକୁ ନେଇ ଏମିତି କହିଲା ଆମେରିକା

    Share on :
    ajab-Image
    Date: Jun 12, 2022    Views: 4783

    ୱସିଂଟନ୍ : ଚୀନ ଓ ଆମେରିକା ମଧ୍ୟରେ ତିକ୍ତତା ଭରି ରହିଥିବାବେଳେ ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍ କହିଛନ୍ତି ଯେ, ତାଙ୍କ ଦେଶ ଚୀନ୍ ସହ ଏସୀୟ ଅଂଚଳରେ ଅଧିକ ଶକ୍ତିଶାଳୀ ଓ ଆକ୍ରମଣାତ୍ମକ ହେଉଛି ବୋଲି ସ୍ୱୀକାର କରିଥିଲେ । ଚୀନର୍ ତାଇୱାନ ନୀତି, ମାନବାଧିକାରର ଖରାପ ରେକର୍ଡ ଏବଂ ଦକ୍ଷିଣ ଚୀନ୍ ସାଗରରେ ଏହାର ସାମରିକ କାର୍ଯ୍ୟକଳାପକୁ ନେଇ ଆମେରିକା ସନ୍ତୁଷ୍ଟ ନୁହେଁ ଏବଂ ଚୀନର ଏହିସବୁ ନୀତିକୁ ଆମେରିକା ସମାଲୋଚନା କରିଆସୁଛି । ଚୀନ୍ ସହ ଆମେରିକାର ସମ୍ପର୍କ ବିଗିଡିବାର ଏହା ମୁଖ୍ୟ କାରଣ । ଏହି ଅବସରରେ ଆମେରିକା ପ୍ରତିରକ୍ଷା ସଚିବ ଅଷ୍ଟିନ୍ ଏବଂ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ୱେଇ ଫଙ୍ଗିଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।  ଉଭୟ ପକ୍ଷ ସମ୍ପର୍କରେ ସୁଧାର ଆଣିବା ପାଇଁ ସହମତି ପ୍ରକାଶ ପାଇ ନ ଥିଲା । ଶାଙ୍ଗି୍ର-ଲା ଡାଏଲଗ୍ରେ ଉଦବୋଧନ ଦେଇ ଅଷ୍ଟିନ୍ କହିଲେ ଯେ, ତାଇୱାନ ସମେତ ସମସ୍ତ ବନ୍ଧୁ ରାଷ୍ଟ୍ରଙ୍କ ଆପଦବିପଦରେ ଆମେରିକା ଠିଆ ହେବ । 

    ସୂଚନାଅନୁସାରେ ସ୍ୱୟଂଶାସିତ ତାଇୱାନକୁ ଚୀନ୍ ନିଜର ବୋଲି ଦାବି କରୁଛି ଏବଂ ଦରକାର ହେଲେ ବଳ ପ୍ରୟୋଗ କରି ଏହାକୁ ଦଖଲ କରିବ ବୋଲି ପ୍ରତିଜ୍ଞା କରିଛି । ଚୀନ୍ ପଡୋଶୀ ଦେଶଗୁଡିକ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି ଏବଂ ଶାନ୍ତି ନଷ୍ଟ କରୁଛି ବୋଲି ଅଷ୍ଟିନ୍ କହିଛନ୍ତି । ତାଇୱାନର ବିଦେଶ ମନ୍ତ୍ରଣାଳୟ ଚୀନର ଅବାନ୍ତର ଦାବି ବିରୋଧରେ ଆମେରିକାର ସମର୍ଥନକୁ ଧନ୍ୟବାଦ ଜଣାଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook