Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୋଲିସକୁ ପଥର ମାଡ, ହିଂସାରେ ୨ ମୃତ

    Share on :
    ajab-Image
    Date: Jun 11, 2022    Views: 4859

    ରାଞ୍ଚି: ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ବୟାନକୁ ନେଇ ଅଶାନ୍ତ ହୋଇପଡିଛି ଦେଶ । ଶୁକ୍ରବାର ବିଭିନ୍ନ ରାଜ୍ୟର ମୁସଲିମ ସମ୍ପ୍ରଦାୟର ଲୋକେ ଏହାକୁ ତୀବ୍ର ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀ, କୋଲକାତା, ପଞ୍ଜାବ, ଉତ୍ତରପ୍ରଦେଶ, କର୍ଣ୍ଣାଟକରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗତକାଲି ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ବଡ ଧରଣର ହିଂସାକାଣ୍ଡ ଘଟିଛି । ଶୁକ୍ରବାର ନମାଜ ପାଠ ପରେ ଶତାଧିକ ମୁସଲିମ ସମ୍ପ୍ରଦାୟର ଲୋକେ ରାଞ୍ଚିର ମୁଖ୍ୟରାସ୍ତାରେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଗିରଫଦାରୀ ଦାବିରେ ହିଂସାକାଣ୍ଡ ଘଟାଇଛନ୍ତି । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏପରିକି ବିକ୍ଷୋଭକାରୀ ପୋଲିସ ଉପରେ ପଥରମାଡ କରିଥିବାର ମଧ୍ୟ ଖବର ଆସିଛି ।

    ସୂଚନା ଅନୁଯାୟୀ, ନୂପୁର ଶର୍ମାଙ୍କ ଗିରଫ ଦାବି କରି ବିକ୍ଷୋଭକାରୀ ହାତରେ କଳା ଏବଂ ନିଜର ଧାର୍ମିକ ପତାକା ଧରି ଦୈନିକ ମାର୍କେଟ ସାମ୍ନାରେ ଏଲବର୍ଟ ଏକ୍କା ଚୌକ ଆଡକୁ ଦୌଡିବା ଆରମ୍ଭ କରିଥିଲେ । ସେମାନେ ପଥର ମାଡ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ ଓ ବ୍ୟାପକ ଭଙ୍ଗାରୁଜା କରିଥିଲେ ମଧ୍ୟ । ପୋଲିସ ସେମାନଙ୍କୁ ରୋକିବାକୁ ଉଦ୍ୟମ କରୁଥିବା ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିକ୍ଷୋଭକାରୀ ପୋଲିସ ଉପରେ ପଥରମାଡ କରିଥିଲେ । ହିଂସାକାଣ୍ଡରେ ୧୧ ଜଣ ପୋଲିସ କର୍ମୀଙ୍କ ସହ ୧୨ ଜଣ ବିକ୍ଷୋଭକାରୀ ଆହତ ହୋଇଥିବା ଝାଡଖଣ୍ଡ ପୋଲିସ ସୂଚନା ଦେଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook