Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସୋନିଆଙ୍କୁ ପୁଣି ସମନ, ଜୁନ୍‌ ୨୩ରେ ହାଜର ହେବାକୁ ନିର୍ଦ୍ଦେଶ

    Share on :
    ajab-Image
    Date: Jun 11, 2022    Views: 4405

    ନୂଆଦିଲ୍ଲୀ: ନ୍ୟାସନାଲ୍‌ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କୁ ପୁଣି ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜୁନ୍‌ ୨୩ ତାରିଖ ସୁଦ୍ଧା  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ନିକଟରେ ହାଜର ହେବାକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନୋଟିସ ଜାରି କରାଯାଇଛି । ଏହାପୂର୍ବରୁ ଜୁନ୍‌ ୮ ତାରିଖରେ ସୋନିଆଙ୍କୁ ହାଜର ହେବାକୁ ନୋଟିସ୍‌ ହୋଇଥିଲା ।

    ତେବେ କୋଭିଡ ସଂକ୍ରମିତ ଦର୍ଶାଇ ହାଜର ହୋଇନଥିଲେ ସୋନିଆ ଗାନ୍ଧୀ । ଜୁନ୍‌ ୨ ତାରିଖରେ ସେ କୋଭିଡ ସଂକ୍ରମିତ ହୋଇଥିଲେ । ଏହାକୁ ନେଇ ସେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଜଣାଇ ଦେଇଥିଲେ । ସମାନ ମାମଲାରେ ଜୁନ୍‌ ୧୩ ତାରିଖରେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ନିକଟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସୋନିଆଙ୍କ ପୁଅ ରାହୁଲ ଗାନ୍ଧୀ ହାଜର ହେବେ । ନ୍ୟାସନାଲ ହେରାଲ୍ଡରେ ଉଭୟ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଛି ।୨୦୧୫ରୁ ବନ୍ଦ ପଡିଥିବା ଏହି ପୁରୁଣା ମାମଲାକୁ ପୁଣି ଖୋଲାଯାଇଛି । ଏହି ମାମଲାରେ ରାହୁଲ ଓ ସୋନିଆଙ୍କୁ ପଚରାଉଚରା କରିବା ପାଇଁ ଜୁନ୍‌ ୧୩ ଓ ଜୁନ୍‌ ୨୩ ତାରିଖରେ ଇଡି କାର୍ୟ୍ୟକାଳରେ ହାଜର ହେବାକୁ କୁହାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook