Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରତକୁ ପ୍ରଶଂସା କଲା ଚୀନ୍, ଜାଣନ୍ତୁ କାହିଁକି?

    Share on :
    ajab-Image
    Date: Jun 10, 2022    Views: 5150

    ନୂଆଦିଲ୍ଲୀ : ଘୋର  ଆର୍ଥିିକ ସଙ୍କଟର ସମ୍ମୁଖରେ ହୋଇଥିବା ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଥିବାରୁ ଭାରତକୁ ଚୀନ ପ୍ରଶଂସା କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, ଶ୍ରୀଲଙ୍କା ସଙ୍କଟ ସମାଧାନ ନିମନ୍ତେ ଭାରତର ପ୍ରୟାସକୁ ତାଙ୍କ ଦେଶ ପ୍ରଶଂସା କରୁଛି । ଭାରତ ସରକାର ଏ ଦିଗରେ ଅନେକ କିଛି କରିଥିବା ଚୀନ୍ ଅବଗତ ଅଛି । ଶ୍ରୀଲଙ୍କା ଏବଂ ଜଟିଳ ପରିସ୍ଥିତି  ଦେଇ ଗତି କରୁଥିବା ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡିକ ସହିତ ମିଳିତ ଭାବରେ କାର୍ଯ୍ୟ କରିବାକୁ ଚୀନ୍ ପ୍ରସ୍ତୁତ ଅଛି । ଶ୍ରୀଲଙ୍କା ଜନସାଧାରଣଙ୍କ ନିକଟରେ ସହୟତା ପହଞ୍ଚାଇବାକୁ ଚୀନ ସରାକାର ପାରୁପର୍ଯ୍ୟନ୍ତ ଉଦ୍ୟମ କରିବେ ଏବଂ ଉପଲବ୍ଧ ଓ ସମସ୍ତ ମାଧ୍ୟମର ପୂର୍ଣ୍ଣ ଉପଯୋଗ କରିବେ ବୋଲି ସେ କହିଥିଲେ ।  

    Maximum 500 characters

    ଦେଶ ବିଦେଶ View all

    Find Us on Facebook