Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦ୍ରୁତଗତିରେ ବଢି ଚାଲିଛି ସଂକ୍ରମଣ,୭,୫୮୪ ନୂଆ ସଂକ୍ରମିତ

    Share on :
    ajab-Image
    Date: Jun 10, 2022    Views: 4480

    ନୂଆଦିଲ୍ଲୀ: ଦେଶରେ ବଢୁଛି କୋରୋନା ଭୟ । ଦିନକୁ ଦିନ ଦ୍ରୁତଗତିରେ ସଂକ୍ରମଣ ବଢି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୫୮୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଆଜି ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ମଧ୍ୟ ଅଧିକ ରେକର୍ଡ ହୋଇଛି । ଦିନକରେ ଦେଶରେ ୨୪ ଜଣଙ୍କର ମୁଣ୍ତ ନେଇଛି ମହାମାରୀ । ସେହିପରି ୩,୭୯୧ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

    ମନ୍ତ୍ରଣାଳୟ ଅନୁଯାୟୀ, ସଂକ୍ରମଣ ବଢିବା ସହ ଭାରତରେ ସକ୍ରିୟ ମାମଲା ଏବେ ୩୫ ହଜାର ଉପରେ ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୬,୨୬୭ରେ ପହଞ୍ଚିଛି । ଦେଶରେ ଏଯାବତ ୪୨,୬୪,୪୦,୯୨ ସଂକ୍ରମଣରୁ ସୁସ୍ଥ ଲାଭ କରିଛନ୍ତି । ଏପର୍ୟ୍ୟନ୍ତ କୋରୋନାରେ ମୋଟ ୫,୨୪,୭୪୭ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୪ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୫,୩୧,୫୧୦ ଜଣଙ୍କୁ ଟିକା ଦିଆଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook