Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟି-୨୦ ସିରିଜ୍ : ରିଷଭ ପନ୍ତ ଅଧିନାୟକ

    Share on :
    ajab-Image
    Date: Jun 9, 2022    Views: 4972

    ଭୁବନେଶ୍ୱର:  ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ  ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ସିରିଜରେ ରିଷଭ ପନ୍ତ ଦଳର ଅଧିନାୟକ ଦାୟିତ୍ବ ତୁଲାଇବେ। ଟିମ୍‌ ଇଣ୍ଡିଆର ଅଧିନାୟକ କେ.ଏଲ. ରାହୁଲ ଆହତ କାରଣରୁ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି । ସେହିପରି ଆହତ କାରଣରୁ  କୁଳଦୀପ ଯାଦବ ମଧ୍ୟ ଦଳରୁ ବାଦ ପଡ଼ିଛନ୍ତି ।

    ତେଣୁ କଟକ ବାରବାଟୀରେ ଆଉ ରାହୁଲଙ୍କୁ ଦେଖିବାକୁ ମିଳିବ ନାହିଁ । ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ଉପ-ଅଧିନାୟକ ଦାୟିତ୍ବ ତୁଲାଇବେ। ବିସିସିଆଇ ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି।

    କଟକରେ ଆସନ୍ତା ୧୨ ତାରିଖରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଆଜି ଦିଲ୍ଲୀରେ ଦୁଇଦଳ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ।

    Maximum 500 characters

    ଖେଳ ଖବର View all

    Find Us on Facebook