Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭାଲୁ ଆତଙ୍କ, ଲୋକେ ଭୟଭୀତ

    Share on :
    ajab-Image
    Date: Jun 6, 2022    Views: 4391

    ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ବ୍ଳକ ସିହା ପଞ୍ଚାୟତ ଗୋଡିମାଗୁରା ଅଞ୍ଚଳରେ ଭାଲୁ ଆତଙ୍କ। ସୂଚନା ମୁତାବକ, ଢେଙ୍କନାଳ ଜିଲ୍ଲା ନିଶ୍ଚନ୍ତା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଏକ ଭାଲୁ ବଡଚଣା ବ୍ଳକ ଅନ୍ତର୍ଗତ ସିହା ପଞ୍ଚାୟତ ଗୋଡ଼ିମାଗୁରା ଅଞ୍ଚଳକୁ ପଶି ଆସିଛି। ଖବର ପାଇ ଚଣ୍ଡିଖୋଲ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଗୋଡ଼ିମାଗୁରା ଅଞ୍ଚଳରେ ପହଞ୍ଚି ଘେରି ଭାଲୁକୁ ଢେଙ୍କାନାଳ ଜଙ୍ଗଲକୁ ଘଉଡାଇ ଦେବାପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିଛନ୍ତି।

    ଅନ୍ୟପକ୍ଷରେ ଜଙ୍ଗଲ ନିକଟସ୍ଥ ଗ୍ରାମର ଗ୍ରାମବାସୀଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେବା ସହ ଭାଲୁ ଆକ୍ରମଣରେ କେହି ଯେପରି ଶୀକାର ନହେବେ ସେଥିପାଇଁ ମାଇକ ପ୍ରଚାର କରି ଲୋକମାନଙ୍କୁ ସଚେତନ କରାଇଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook