ମୁଖ୍ୟ ଖବର
ଭୁବନେଶ୍ୱର : ଆସନ୍ତାକାଲି ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ । ଶପଥଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ସବୁ ମନ୍ତ୍ରୀ ଇସ୍ତଫା ଦେଇସାରିଥିବାବେଳେ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଆସିବାକୁ ଅପେକ୍ଷା କରିଛନ୍ତି ।
ରାଜନୀତିକ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ସିଏମଓରୁ ଫୋନ ଯାଇଛି । ସେହିପରି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇଙ୍କୁ ମଧ୍ୟ ଫୋନ ଯାଇଥିବା ଚର୍ଚ୍ଚା ହେଉଛି । ଏମାନଙ୍କ ବ୍ୟତୀତ ରୁଦ୍ର ମହାରଥି, ବାସନ୍ତୀ ହେମ୍ବ୍ରମ୍, ମନୋହର ରନ୍ଧାରୀଙ୍କୁ ଫୋନ ଯାଇଥିବାନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ରୁଦ୍ରଙ୍କ ପାଖକୁ ଫୋନ ଯାଇନଥିବା ତାଙ୍କର ଜଣେ ଖାସ ଅନୁଗତ ସୂଚନା ଦେଇଛନ୍ତି ।
ଆସନ୍ତାକାଲି ୧୧ଟା ୪୫ରେ କନଭେସନ ହଲରେ ନୂଆ ମନ୍ତ୍ରୀମାନେ ଶପଥଗ୍ରହଣ କରିବେ । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡାରୁ ଅତନୁ ସବ୍ୟସାଚୀ ନାୟକ, ମୟୁରଭଞ୍ଜରୁ ବାସନ୍ତୀ ହେମ୍ବ୍ରମ୍, ବାଲେଶ୍ୱରରୁ ଅଶ୍ୱିନୀ ପାତ୍ର, ଗଞ୍ଜାମରୁ ଲତିକା ପ୍ରଧାନ, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ, କେନ୍ଦୁଝରରୁ ବଦ୍ରି ନାରାୟଣ ପାତ୍ର ମନ୍ତ୍ରୀ ହେବେବୋଲି ଜଣାପଡ଼ିଛି । ସେହିପରି ବ୍ୟୋମୋକେଶ ରାୟ, ଦେବୀ ପ୍ରସାଦ ମିଶ୍ର, ଦେବୀରଞ୍ଜନ ତ୍ରିପାଠୀଙ୍କ ନାମକୁ ନେଇ ବି ଚର୍ଚ୍ଚା ଜୋରଧରିଛି ।
Comments ସମସ୍ତ ମତାମତ 0