Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନାରକୀୟ କାଣ୍ଡ: କାରରେ ଗଣଦୁଷ୍କର୍ମ

    Share on :
    ajab-Image
    Date: Jun 4, 2022    Views: 5080

    ହାଇଦ୍ରାବାଦ: ହାଇଟେକ ସିଟି ହାଇଦ୍ରାବାଦରେ ନାରକୀୟ କାଣ୍ଡ । ଜଣେ ନାବାଳିକାଙ୍କୁ ମର୍ସିଡିଜ କାରରେ ଗଣଦୁଷ୍କର୍ମ ଅଭିଯୋଗ । ଏହି ଘଟଣାରେ ଜଣେ ବିଧାୟକ ତଥା ତେଲେଙ୍ଗାନା ସଂଖ୍ୟାଲଘୁ ବୋର୍ଡ ଅଧ୍ୟକ୍ଷଙ୍କ ପୁଅ ସମେତ ୫ ଜଣ ସ୍କୁଲ ଛାତ୍ର ସାମିଲ ଥିବା ଅଭିଯୋଗ ହୋଇଛି । ସମସ୍ତ ଛାତ୍ର ଏକାଦଶ ଓ ଦ୍ବାଦଶ ଶ୍ରେଣୀର ହୋଇଥିବା ଜଣାଯାଇଛି । ଏନେଇ ହାଇଦ୍ରାବାଦ ଜୁବଲି ହିଲ୍ସ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଆଇପିସିର ଧାରା ୩୫୪ ଓ ୩୭୬ ଅନୁସାରେ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

    ୧୭ ବର୍ଷ ବୟସ୍କା ପୀଡ଼ିତାଙ୍କ ମେଡିକାଲ ପରୀକ୍ଷା କରାଇଛି । ଘଟଣାରେ ବ୍ୟବହୃତ ମର୍ସିଡିଜ ବେଞ୍ଜ କାର୍‌କୁ ଜବତ କରିଛି ପୋଲିସ । ଶନିବାର ରାତିରେ ଏହି ନାବାଳିକ ଜଣକ ଜଣେ ସାଂଗ ସହ ଏକ ପବ୍‌କୁ ଯାଇଥିଲେ । ପରେ ସେମାନେ ଫେରିବା ବାଟରେ ୫ଜଣ ଛାତ୍ର ତାଙ୍କୁ କାରରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ଶନିବାର ଏକ ପବ୍ ସାମନାରେ ଏହି ନାବାଳକମାନଙ୍କ ସହ ନାବାଳିକା ଜଣକ ଠିଆହୋଇଥିବାର ସିସିଟିଭି ଦୃଶ୍ୟ ରହିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook