Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନ୍ୟାସନାଲ ହେରାଲ୍ଡ ମାମଲା: ରାହୁଲ ଗାନ୍ଧିଙ୍କୁ ପୁଣିଥରେ ସମନ

    Share on :
    ajab-Image
    Date: Jun 3, 2022    Views: 4544

    ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧିଙ୍କ ଅଡ଼ୁଆ ବଢ଼ିଛି। ତାଙ୍କୁ ପୁଣିଥରେ ହାଜର ହେବାକୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ଜୁନ୍‌ ୨ରେ ଜେରା ପାଇଁ ହାଜର ହେବାକୁ ଇଡି ସମନ କରିଥିଲା। ହେଲେ ସେ ଅଧିକ ସମୟ ମାଗିଥିଲେ। ଏବେ ତାଙ୍କୁ ଇଡି ଜୁନ୍‌ ୧୩ ତାରିଖରେ ହାଜର ହେବାକୁ ଆଜି ସମନ କରିଛି। ତେଣୁ ରାହୁଲ ଗାନ୍ଧି ୧୩ ତାରିଖରେ ହାଜର ହେବେ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
    ଇଡି ପକ୍ଷରୁ ସୋନିଆ ଗାନ୍ଧିଙ୍କୁ ମଧ୍ୟ ପୂର୍ବରୁ ସମନ କରାଯାଇଥିଲା। ତାଙ୍କୁ ଜୁନ୍‌ ୮ରେ ଇଡି କାର୍ୟ୍ୟାଳୟରେ ହାଜର ହେବାକୁ କୁହାଯାଇଛି। କିନ୍ତୁ ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଜେରା ପାଇଁ ଯିବେ କି ନାହିଁ, ତା’ହା ସ୍ପଷ୍ଟ ହୋଇନି।


    ବିଜେପି ନେତା ସୁବ୍ରମନିୟନ୍‌ ସ୍ୱାମୀଙ୍କ ଅଭିଯୋଗ ପରେ ନ୍ୟାଶନାଲ ହେରାଲ୍ଡ ମାମଲା ସାମ୍ନାକୁ ଆସିଥିଲା। ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧି ଏକ କମ୍ପାନୀ ପ୍ରତିଷ୍ଠା କରିବା ସହ ୯୦ କୋଟିର ଋଣଭାରରେ ବୁଡ଼ିଥିବା ଏଜେଏଲ୍‌ର ମାଲିକାନାକୁ ନିଜ ହାତକୁ ନେଇଥିଲେ। ୟଙ୍ଗ ଇଣ୍ଡିଆ ଲିଃ କମ୍ପାନୀ ଏହାକୁ କିଣିଥିଲା।ୟଙ୍ଗ ଇଣ୍ଡିଆ ଲିଃର ନିର୍ଦ୍ଦେଶକ ରାହୁଲ ଗାନ୍ଧି ରହିଥିଲେ। ତେବେ ଏଜେଏଲ୍‌ର ଶେୟାର ହୋଲ୍ଡରମାନଙ୍କୁ କମ୍ପାନୀର ମାଲିକାନା ପରିବର୍ତ୍ତନ ବେଳେ କୌଣସି ପ୍ରକାରର ନୋଟିସ ପଠା ଯାଇନଥିବା ଅଭିଯୋଗ ହୋଇଛି।
    ୨୦୧୪ରେ ଇଡି ଘଟଣାର ଖୋଳତାଡ଼ ଆରମ୍ଭ କରିବା ସହ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook