Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଉପନିର୍ବାଚନ ଜିତିଲେ ପୁଷ୍କର ସିଂହ ଧାମୀ

    Share on :
    ajab-Image
    Date: Jun 3, 2022    Views: 5042

    ଚମ୍ପାବତ : ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଐତିହାସିକ ବିଜୟ। କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗହତୋଡ଼ଙ୍କୁ ୫୪ ହଜାରରୁ ଉର୍ଦ୍ଧ୍ଵ ଭୋଟ୍‌ରେ ମାତ୍ ଦେଇ ଚମ୍ପାବତ୍ ଉପନିର୍ବାଚନ ଜିତିଲେ ଧାମୀ। ବହୁମତ ହାସଲ କରି ମୁଖ୍ୟମନ୍ତ୍ରୀ ଧାମୀ ଉପନିର୍ବାଚନ ଜିତିଛନ୍ତି। ଏହି ଖୁସିରେ ବିଜେପି କାର୍ୟ୍ୟକର୍ତ୍ତାମାନେ ଉତ୍ସବ ପାଳନ କରିବା ଆରମ୍ଭ କରିଦେଲେଣି। ତେବେ ଖଟିମାରୁ ନିର୍ବାଚନ ହାରିବା ଧାମୀ ଚମ୍ପାବତରେ ପ୍ରତିଦ୍ଵନ୍ଦୀତା କରିଥିଲେ। ଏହି ଆସନରେ ମେ ୩୧ରେ ନିର୍ବାଚନ ହୋଇଥିଲା।

    ଏହି ଐତିହାସିକ ବିଜୟ ପରେ ଧାମୀ ଜନସାଧାରଣଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି। ସେପଟେ ବିଜେପି ପାର୍ଟି ଅଫିସରେ ଦଳୀୟ କାର୍ୟ୍ୟକର୍ତ୍ତାମାନେ ଉତ୍ସବ ପାଳନ କରୁଛନ୍ତି।

    ପ୍ରକାଶ ଥାଉକି, ଉତ୍ତରାଖଣ୍ଡ, କେରଳ, ଓଡ଼ିଶାର ୩ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଉତ୍ତରାଖଣ୍ଡର ଚମ୍ପାବତ୍ ଆସନରେ ବିଜେପି ବାଜିମାତ୍ କରିଥିବା ବେଳେ କେରଳର ତ୍ତିକ୍କାକାରା ଏବଂ ଓଡ଼ିଶାର ବ୍ରଜରାଜନଗର ଆସନ ଉପରେ ସମସ୍ତଙ୍କର ନଜର ରହିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook