Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ଘାରିଲା କୋରୋନା ଭୟ, ଦୈନିକ ସଂକ୍ରମଣ ୪୦୦୦ ପାର୍‌

    Share on :
    ajab-Image
    Date: Jun 3, 2022    Views: 4862

    ନୂଆଦିଲ୍ଲୀ: ଦେଶରେ ପୁଣି ଘାରିଛି କୋରୋନା ଭୟ । ଧୀରେ ଧୀରେ କାୟା ମେଲାଉଛି ମହାମାରୀ । ପ୍ରତିଦିନ ବଢୁଥିବା ସଂକ୍ରମଣ ମାମଲା ଲୋକଙ୍କ ଚିନ୍ତା ବଢାଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୪,୦୪୧ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବୃଦ୍ଧି ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ଦିନକରେ ୧୦ ଜଣଙ୍କର ମୁଣ୍ତ ନେଇଛି ମହାମାରୀ । ଏହାସହ ୨,୩୬୩ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ ୨୧ ହଜାର ଉପରେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୧,୧୭୭ ରହିଛି । ଦେଶରେ ଏଯାବତ ୪୨,୬୨,୨୨,୭୫୭ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ୫,୨୪,୬୫୧ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧,୯୩,୮୩,୭୨,୩୬୫ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook