Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଇପିଏଲ୍‌ : ଆଜି କ୍ୟାପିଟାଲ୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ

    Share on :
    ajab-Image
    Date: May 16, 2022    Views: 4422

    ମୁମ୍ବାଇ: ଚଳିତ ଆଇପିଏଲ୍‌ର ୬୪ତମ ଲିଗ୍‌ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ସମାନ ସଂଖ୍ୟକ ୧୨ପଏଣ୍ଟ ଲେଖାଏଁ ପାଇଛନ୍ତି । ଉନ୍ନତ ରନ୍‌ ରେଟ୍‌ ଆଧାରରେ କ୍ୟାପିଟାଲ୍ସ ପଞ୍ଚମ ଓ କିଙ୍ଗ୍‌ସ ସପ୍ତମ ସ୍ଥାନରେ ରହିଛି । ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଏହି ମ୍ୟାଚ୍‌ର ବିଜେତା ଦଳ ପଏଣ୍ଟ ତାଲିକାର ଶ୍ରେଷ୍ଠ-୪କୁ ଉଠିବ । ପରାଜିତ ଦଳର ପ୍ଲେ-ଅଫ୍‌ ଆଶା ସୂତା ଖିଅରେ ଝୁଲିବ । ତେଣୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ ।

    କ୍ୟାପିଟାଲ୍ସ ଓ କିଙ୍ଗ୍‌ସ ଦଳ ନିଜର ନିଜ ପୂର୍ବ ମ୍ୟାଚ୍‌ ଜିତି ଦୃଢ଼ ମନୋବଳରେ ରହିଛନ୍ତି । କ୍ୟାପିଟାଲ୍ସ ଦଳ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା । ମିଚେଲ ମାର୍ଶ ଓ ଡେଭିଡ୍‌ ୱାର୍ଣ୍ଣର ଦଳକୁ ଜିତାଇଥିଲେ । ଉଭୟ ଏବେ ଭଲ ଫର୍ମରେ ରହିଛନ୍ତି । ଇତିମଧ୍ୟରେ ଦୁର୍ଦ୍ଧର୍ଷ ଓପନର ପୃଥିୀ ଶ’ ଟାଇଫଏଡ୍‌ରୁ ସୁସ୍ଥ ହୋଇ ଦଳରେ ଯୋଗ ଦେଇଛନ୍ତି । ଆଜିର ମ୍ୟାଚ୍‌ରେ ସେ ଖେଳିବା ସମ୍ଭାବନା ରହିଛି । ସେହିପରି ପୂର୍ବ ମ୍ୟାଚ୍‌ରୁ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ପେସ୍‌ ବୋଲର ଖଲିଲ୍‌ ଅହମ୍ମଦ ଲୟରେ ଥିବାବେଳେ ଚେତନ ସକରିୟା ପ୍ରଭାବୀ ବୋଲିଂ କରୁଛନ୍ତି। ପଞ୍ଜାବ କିଙ୍ଗ୍‌ସ ବୋଲର ଓ କ୍ୟାପିଟାଲ୍ସ ବ୍ୟାଟରଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବା ଆଶା କରାଯାଉଛି ।

    କିଙ୍ଗ୍‌ସ ଦଳ ପୂର୍ବ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ୫୪ରନ୍‌ରେ ପରାସ୍ତ କରି ବିଜୟଧାରାକୁ ଫେରିଥିଲା । ଜନି ବେୟାରଷ୍ଟୋ ଓ ଲାଏମ୍‌ ଲିଭିଙ୍ଗ୍‌ଷ୍ଟୋନ୍‌ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଦଳକୁ ବିଜୟୀ କରାଇଥିଲେ । ଓପନର ଶିଖର ଧାୱନ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । କେବଳ ଅଧିନାୟକ ମୟଙ୍କ୍‌ ଅଗ୍ରୱାଲଙ୍କ ଫର୍ମ ଚିନ୍ତାଜନକ ରହିଛି । ପେସ୍‌ ବୋଲର ଅର୍ଶଦୀପ ଓ ସ୍ପିନର ରାହୁଲ ଚହର କ୍ୟାପିଟାଲ୍ସ ବ୍ୟାଟରଙ୍କ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook