Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: କେନ୍ଦ୍ର, ରାଜ୍ୟକୁ ନୋଟିସ ଜାରି

    Share on :
    ajab-Image
    Date: May 14, 2022    Views: 5319

    ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗ । ପୁରୀ ଓକିଲ ସଙ୍ଘ ପକ୍ଷରୁ ଦାୟର ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ପୁରୀ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟ। ଜବାବ ଦାଖଲ ପାଇଁ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କଲେ କୋର୍ଟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗ । ପୁରୀ ଓକିଲ ସଙ୍ଘ ପକ୍ଷରୁ ଦାୟର ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ପୁରୀ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ନୋଟିସ କରିଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ,  NMA, ASI କୁ ନୋଟିସ ଜାରି ହୋଇଛି । ଟାଟା ପ୍ରୋଜେକ୍ଟ , ଓବିସିସି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ , ପୁରୀ ଜିଲାପାଳ ,ପୁରୀ ପୌର କର୍ତ୍ତୃପକ୍ଷଙ୍କୁ ନୋଟିସ ହୋଇଛି।

    ଜବାବ ଦାଖଲ ପାଇଁ ନୋଟିସ ଜାରି ହୋଇ ଥିବା ବେଳେ ଆସନ୍ତା ଜୁନ ୨୮ ରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ୟ୍ୟ କରିଛନ୍ତି କୋର୍ଟ । ଜାତୀୟ କୀର୍ତ୍ତିରାଜିର ୧୦୦ ମିଟର ପରିଧି ଭିତରେ କୌଣସି ଖନନ ଓ ନିର୍ମାଣ ନିଷିଦ୍ଧ ଥିବା ବେଳେ ପୁରୀ ଜିଲାପାଳଙ୍କ ତତ୍ତ୍ବାବାଧାନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ୟ୍ୟ ପାଇଁ ବେଆଇନ ଭାବେ ନିର୍ମାଣ ଓ ଖନନ ଚାଲିଥିବା ହେତୁ ଶ୍ରୀମନ୍ଦିର ପ୍ରତି ବିପଦ ଅଭିଯୋଗ ନେଇ ପୁରୀ ଓକିଲ ସଂଘ ଏକ ମାମଲା ପୁରୀ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟରେ ଏକ ମାମଲା ଦାଏର ହୋଇଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook