Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଲା, ଉବରକୁ ଏମିତି ଚେତାବନୀ ଦେଲେ ସରକାର

    Share on :
    ajab-Image
    Date: May 11, 2022    Views: 5159

    ନୂଆଦିଲ୍ଲୀ: ଓଲା, ଉବର ଭଳତ କ୍ୟାବ୍ ଏଗ୍ରିଗେଟର ସେବା ପ୍ରଦାନକାରୀଙ୍କୁ ସରକାର ଚେତାବନୀ ଦେଇଛନ୍ତି । ବ୍ୟବସ୍ଥାରେ ଉନ୍ନତି ନଆଣିଲେ ଏବଂ ଗ୍ରାହକଙ୍କ ବୃଦ୍ଧି ପାଉଥିବା ଅଭିଯୋଗକୁ ସମାଧାନ ନକଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି ।

    ସରକାର ଆଜି ଏସବୁ ସଂସ୍ଥାଗୁଡିକ ସହିତ ଏକ ବୈଠକ କରିଛନ୍ତି । ବୁକିଂ ଗ୍ରହଣ କରିବା ପରେ ଡ୍ରାଇଭରମାନେ ଗ୍ରାହକଙ୍କୁ ତାହା ବାତିଲ ପାଇଁ ବାଧ୍ୟ କରୁଛନ୍ତି । ଫଳରେ ଗ୍ରାହକମାନେ ବାତିଲ ବାବଦ ଅର୍ଥ ପିଠ କରୁଛନ୍ତି । ଏଥିସହିତ ଅନ୍ୟାନ୍ୟ ସମସ୍ୟା ଉପରେ ବୈଠକରେ ଆଲୋଚନା ହୋଇଛି । ସେମାନଙ୍କ ବିରୋଧରେ ଅଭିଯୋଗ ବଢୁଥିବା କଥା ସୂଚାଇ ଦିଆଯାଇଛି । ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ଗ୍ରାହକଙ୍କ ଅଭିଯୋଗ ସମାଧାନ ପାଇଁ କୁହାଯାଇଛି । ଏହା ନହେଲେ କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ କହିଛନ୍ତି । ଆଜିର ବୈଠକରେ ଓଲା, ଉବର ସମେତ ମେରୁ, ରାପିଡୋ, ଜୁନ୍ନୁ ଆଦି କମ୍ପାନୀର ପ୍ରତିନିଧିମାନେ ଯୋଗ ଦେଇଥିଲେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook