Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଚିନ୍ତା ବଢାଉଛି ମହାମାରୀ : ଦେଶରେ ଦିନକରେ ୩,୨୦୭ ସଂକ୍ରମିତ ଚିହ୍ନଟ, ୨୯ ମୃତ

    Share on :
    ajab-Image
    Date: May 9, 2022    Views: 4495

    ନୂଆଦିଲ୍ଲୀ: ଚିନ୍ତା ବଢାଉଛି ମହାମାରୀ କୋରୋନା । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ଗୋଟିଏ ଦିନ କମ୍‌ ହେଲେ ପରଦିନ ବୃଦ୍ଧି ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୩,୨୦୭ ଜଣ ନୂଆ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ତୁଳନାରେ କମ୍ ରହିଛି । ସେହିପରି ଦିନକରେ ଦେଶରେ ୨୯ ଜଣ କୋରୋନା ସଂକ୍ରମିତ ଆଖି ବୁଜିଛନ୍ତି ଓ ୩,୪୧୦ ଜଣ ସୁସ୍ଥ ହୋଇଛନ୍ତି ।

    ସଂକ୍ରମଣ ବଢିବା ପରେ ସକ୍ରିୟ ମାମଲା ୨୦ ହଜାର ପାର୍ କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦,୪୦୩ ରେ ପହଞ୍ଚିଛି । ଏଯାବତ୍ ସମୁଦାୟ ୪,୨୫,୬୦,୯୦୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୨୪,୦୯୩ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୦ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook