Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମମତା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି: ଅମିତ

    Share on :
    ajab-Image
    Date: May 7, 2022    Views: 4653

    ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପଶ୍ଚିମବଙ୍ଗରେ ରାଜନୈତିକ ହତ୍ୟାକାଣ୍ଡ ପରମ୍ପରା ଚାଲିଛି ବୋଲି ଅମିତ ଶାହ କହିଛନ୍ତି । ଏଥିସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କାଶିପୁରରେ ବିଜେପି ଯୁବ ମୋର୍ଚ୍ଚା ନେତା ଅର୍ଜୁନ ଚୌରାସିଆଙ୍କ ପରିବାରକୁ ଭେଟିବା ସହ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି ବୋଲି ସେ କହିଛନ୍ତି ।

    ସେହିପରି ପଶ୍ଚିମବଙ୍ଗରେ ରାଜନୈତିକ ହତ୍ୟାକାଣ୍ଡ ଏବେ ପରମ୍ପରା ହୋଇଛି ବୋଲି ଶାହ କହିବା ସହ ଅର୍ଜୁନ ଚୌରାସିଆଙ୍କ ହତ୍ୟା ଘଟଣା ସିବିଆଇ ତଦନ୍ତ କରୁ ବୋଲି ଦାବି କରିଛନ୍ତି । ମମତା ବାନାର୍ଜୀ ସରକାର ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶାହ କହିଛନ୍ତି । ସେହିଭଳି ବିଜେପି ଆଇନ ଉପରେ ଭରସା କରେ । ଏଣୁ ଭାରତୀୟ ଜନତା ପାର୍ଟି ହତ୍ୟା ଏବଂ ପ୍ରତିଶୋଧର ରାଜନୀତିକୁ ତୀବ୍ର ନିନ୍ଦା କରୁଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook