Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଇପିଏଲ ମହାକୁମ୍ଭ, ହାଇଦ୍ରବାଦକୁ ୧୩ ରନରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍

    Share on :
    ajab-Image
    Date: May 2, 2022    Views: 4734

    ଚେନ୍ନାଇ : ଚାଲିଛି ଆଇପିଏଲ ମହାକୁମ୍ଭ । ଚଳିତ ଆଇପିଏଲରେ ଚେନ୍ନାଇର ପ୍ରଦର୍ଶନ ଭଲ ନାହିଁ । ଶନିବାର ଜାଜେଡା ଚେନ୍ନାଇର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ  । ଏହାପରେ ରବିବାର ଧୋନୀଙ୍କ ନେତୃତ୍ୱରେ ଦଳ ବିଜୟୀ ହୋଇଛି  । ମହେନ୍ଦ୍ର ସିଂହ ଧୋନୀ ଦ୍ୱିତୀୟ ଥର ପାଇଁ ଦଳର ନେତୃତ୍ୱ ନେଇଛନ୍ତି । 

    ଚଳିତ ସିଜିନରେ ମୋଟ୍ ୯ଟି ମ୍ୟାଚ ଖେଳି ଦଳ ତୃତୀୟ ବିଜୟ ହାସଲ କରିଛି  । ଏବେ ପୂର୍ବଭଳି ଦଳ ଫର୍ମକୁ ଫେରିବ ବୋଲି କୁହାଯାଉଛି  । ଗତକାଲି ପୁଣେରେ ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ ହୋଇଥିଲା  । ଏହି ମ୍ୟାଚରେ ହାଇଦ୍ରାବାଦକୁ ୧୩ ରନରେ ପରାସ୍ତ କରିଛି ଚେନ୍ନାଇ  । ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା  ।

    ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଆଗରେ ୨୦୩ ରନର ଟାର୍ଗେଟ ଦେଇଥିଲା  । କିନ୍ତୁ ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୯ ରନ୍ କରିବାରେ ସଫଳ ହୋଇଥିଲା  । ଦଳ ଜିତିବା ପରେ ଧୋନୀ କହିଛନ୍ତି, ଜାଡେଜା ଅଧିନାୟକ ଦାୟିତ୍ୱରେ ଥିବାରୁ ସେ ଭାରାକ୍ରାନ୍ତ ହେଉଥିଲେ  । ତେଣୁ ସେ ଭଲ ଖେଳି ପାରୁନଥିଲେ  । ଅଧିନାୟକ ଦାୟିତ୍ୱ ତୁଲାଇବା ବେଳେ ଅନେକ କିଛି ନିଷ୍ପତ୍ତି ନେବାକୁ ପଡେ  । ଜାଡେଜା ଅଧିନାୟକ ଦାୟିତ୍ୱରେ ଥିବା ବେଳେ ସେ ଜାଡେଜାଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଚାହୁଁନଥିଲେ  । ଏପ୍ରିଲ ୩୦ରେ ଜାଜେଡା ଚେନ୍ନାଇର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ  । ଜାଡେଜାଙ୍କ ନେତୃତ୍ୱରେ ଚଳିତଥର ଚେନ୍ନାଇ ୮ଟି ମ୍ୟାଚ ଖେଳି ୨ଟିରେ ଜିତିଥିବା ବେଳେ ୬ଟିରେ ପରାସ୍ତ ହୋଇଥିଲା  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook