Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

IPL

ମୁଖ୍ୟ ଖବର

    ଆଜି ଆଇପିଏଲରେ ଡବଲହେଡର ମ୍ୟାଚ

    Share on :
    ajab-Image
    Date: Apr 30, 2022    Views: 3100

    ମୁମ୍ବାଇ:  ଆଜି ଆଇପିଏଲରେ ଡବଲହେଡର ମ୍ୟାଚ ରହିଛି । ୪୩ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ  ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ପ୍ରଥମ ମ୍ୟାଚ ଅପରାହ୍ନ ୩ଟା ୩୦ ମିନିଟରେ ଆରମ୍ଭ ହେବ । ଆଜିର ମ୍ୟାଚ ବାଙ୍ଗାଲୋର ପାଇଁ ଗୁରୁତ୍ବପୂର୍ଣ ରହିଛି କାହିଁକି ନା ପୂର୍ବ ୨ଟି ମ୍ୟାଚ ଲଗାତାର ହାରିଥିବା ବେଳେ ବିଜୟ ଧାରାକୁ ଫେରିବାକୁ ନିଜକୁ ପ୍ରସ୍ତୁତ କରିଛି ବାଙ୍ଗାଲୋର । ସେହିପରି ଗୁଜୁରାଟ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ବେଳେ ସ୍ଥାନ ବଜାୟ ରଖିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।
    ପ୍ରଥମ କରି ଆଇପିଏଲରେ ସାମିଲ ହୋଇଥିବା ଗୁଜୁରାଟ ଟିମ୍ ପୁରା ଫର୍ମରେ ରହିଛି । ମୋଟ ୮ଟି ମ୍ୟାଚ ଖେଳି ୭ଟିରେ ବିଜୟୀ ହୋଇ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି ଗୁଜୁରାଟ । ବାଙ୍ଗାଲୋର ଚଳିତ ସିଜିନରେ ମୋଟ ୯ଟି ମ୍ୟାଚ ଖେଳି ୫ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜିତ ହୋଇଛି । ଫଳରେ ୧୦ ପଏଣ୍ଟ ସହ ଏବେ ପଏଣ୍ଟ ଟେବୁଲର ୫ ନମ୍ବର ସ୍ଥାନରେ ରହିଛି ଜଉଈ ।
    ସନ୍ଧ୍ୟା ୭ଟା ୩୦ରେ ଆଜି ରାଜସ୍ଥାନ ଓ ମୁମ୍ବାଇ ମଧ୍ୟରେ ମ୍ୟାଚ ଖେଳାଯିବ । ଚଳିତ ସିଜିନରେ ମୁମ୍ବାଇର ପ୍ରଦର୍ଶନ ଦର୍ଶକଙ୍କୁ ନିରାଶ କରିଛି । କାହିଁକି ନା ଆଜି ପର୍ୟ୍ୟନ୍ତ ଗୋଟିଏ ବି ମ୍ୟାଚରେ ଦଳ ବିଜୟୀ ହୋଇପାରିନାହିଁ । ତେଣୁ ଆଜିର ମ୍ୟାଚରେ ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି ମୁମ୍ବାଇ । ଅନ୍ୟପଟେ ରାଜସ୍ଥାନ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଶୀର୍ଷ ସ୍ଥାନକୁ ଯିବାକୁ ହେଲେ ଆଜିର ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ତେଣୁ ଏଥି ପାଇଁ ପୁରା ପ୍ରସ୍ତୁତ ହୋଇଛି ରାଜସ୍ଥାନ ଟିମ୍ ।

    Maximum 500 characters

    Find Us on Facebook