Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ପରସ୍ପରକୁ ଭେଟିବପଞ୍ଜାବ କିଙ୍ଗସ ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ

    Share on :
    ajab-Image
    Date: Apr 29, 2022    Views: 5427

    ପୁଣେ: ଚଳିତ ଆଇପିଏଲରେ ଆଜି ପଞ୍ଜାବ କିଙ୍ଗସ ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ପରସ୍ପରକୁ ଭେଟିବ । ସୁପରଜିଆଣ୍ଟ୍ସ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ୮ଟି ମ୍ୟାଚରୁ ୫ଟି ଜିତି ମୋଟ ୧୦ ପଏଣ୍ଟ ପାଇଛି ସୁପରଜିଆଣ୍ଟ୍ସ । ଆଜିର ମ୍ୟାଚ ଜିତିଲେ ତୃତୀୟକୁ ଉଠିବ ଦଳ ।

    ସେହିପରି ୮ଟି ମ୍ୟାଚ ଖେଳି ୪ଟି ଜିତି ୮ ପଏଣ୍ଟ ସହ ଟେବୁଲ ସପ୍ତମ ସ୍ଥାନରେ ରହିଛି ପଞ୍ଜାବ । ଆଜିର ମ୍ୟାଚକୁ ଜିତି ଦଳ ପାଇଁ ଷଷ୍ଠ ସ୍ଥାନକୁ ଉଠିବାର ସୁଯୋଗ ରହିଛି । ଆଜିର ମ୍ୟାଚରେ ଦଳର ଦମଦାର ବ୍ୟାଟିଂ ଶୃଙ୍ଖଳିତ ବୋଲିଂ ମୁଖ୍ୟ ଆକର୍ଷଣ ସାଜିବ । ପୂର୍ବରୁ କେ.ଏଲ ରାହୁଲ ପଞ୍ଜାବ କିଙ୍ଗସର ଅଧିନାୟକ ଥିଲେ । ଏଥର ସୁପରଜିଆଣ୍ଟ୍ସର ନେତୃତ୍ବ ନେଉଛନ୍ତି । ପୂର୍ବ ଦୁଇ ମ୍ୟାଚରେ ସେ ଦମଦାର ଶତକ ହାସଲ କରିଛନ୍ତି । ଆଜିର ମ୍ୟାଚରେ ମଧ୍ୟ କିଛି ବଡ ଇନିଂସ ଖେଳି ପାରନ୍ତି । ତାଙ୍କୁ ରୋକିବାକୁ ହେଲେ ପଞ୍ଜାବ ବୋଲରଙ୍କୁ କିଛି କମାଲ କରିବାକୁ ପଡିବ । ମୟଙ୍କ ନେତୃତ୍ବରେ ଦଳ ଆଜିର ମ୍ୟାଚ ଜିତିବାକୁ କୌଣସି ସୁଯୋଗ ହାତଛଡା କରିବ ନାହିଁ ।
    ସେପଟେ ଲକ୍ଷ୍ନୌ ମଧ୍ୟ ଫୁଲ ପ୍ରସ୍ତୁତରେ ରହିଛି । ଧାୱନଙ୍କୁ ବ୍ୟାଟଂରେ ବ୍ରେକ ଦେବାକୁ ସୁପରଜିଆଣ୍ଟ୍ସ ଚାମିରଙ୍କୁ ପ୍ରୟୋଗ କରିବ । ପୂର୍ବରୁ ଧାୱନଙ୍କୁ (ଅନ୍ତର୍ଜାତୀୟ କ୍ରିକେଟ) ୨ଥର ଆଉଟ କରିଛନ୍ତି । ଆଜି ଲକ୍ଷ୍ନୌ ଏକାଦଶରେ ମନୀଷ ପାଣ୍ଡେ ସାମିଲ ହୋଇପାରନ୍ତି । ରାହୁଲଙ୍କ ଉପରେ ନଜର ରହିବ । ମୁମ୍ବାଇ ବିପକ୍ଷରେ ୨ଟି ଶତକ ଅର୍ଜନ କରିଛନ୍ତି ରାହୁଲ । ରାହୁଲ ସଫଳ ହେଲେ ଦଳ ପାଇଁ ବିଜୟ ସହଜ ହେବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook