Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା, ୬ ଗିରଫ

    Share on :
    ajab-Image
    Date: Aug 6, 2022    Views: 4122

    ରାୟଗଡା: ଜିଲ୍ଲା କାଶୀପୁର ବ୍ଲକ ଟିଟିଗୁଡା ଗାଁରେ ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ପିଟିପିଟି ହତ୍ୟା କରିବା ଘଟଣା । ଏ ମାମଲାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ମୃତକଙ୍କ ପୁଅର ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମାନୁ ମାଝି (୩୨),ଳାମ୍ବୁ ମାଝି ( ୨୨ ), ଦିନା ମାଝି ( ୬୦ ) , ନର ମାଝି ( ୭୦ ) ,ଭୀମା ମାଝି (୩୨) ଓ ରାଜୀବ ମାଝି (୨୮) ।

    ସୂଚନା ଅନୁସାରେ, ରାୟଗଡା ଟିଟିଗୁଡା ଗାଁରେ ଦଇ ମାଝି ନିଜ ପରିବାର ରୁହନ୍ତି । ବୁଧବାର ରାତିରେ ଶୋଇଥିବା ବେଳେ ଗାଁର କିଛି ଲୋକ ଗୁଣିଗାରେଡ଼ି କରି ଲୋକଙ୍କୁ ମାରି ଦେଉଛୁ କହି ପାଟିତୁଣ୍ଡ ଓ ଗାଳି ଗୁଲଜ କରିଥିଲେ ଦଇ ମାଝିଙ୍କୁ । ଗାଁ ଲୋକ ଏକାଠି ହୋଇ ବିଳମ୍ବିତ ରାତିରେ ବାପା ଓ ଦୁଇ ପୁଅକୁ ପ୍ରଥମେ ବାନ୍ଧିଦେଇ ନିର୍ଦ୍ଧୁମ ପିଟିଥିଲେ। ସେହି ସମୟରେ କୌଶଳ କ୍ରମେ ଦୁଇ ପୁଅ ଦୂର୍ୟ୍ୟ ଓ ଲାଲୁ ଖସି ପଳାଇଥିଲେ ।କିନ୍ତୁ ଦଇ ମାଝି ଖସି ନ ପରିବାରୁ ତାଙ୍କୁ ପିଟିପିଟି ଗାଁଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଗାଁଲୋକଙ୍କ ଆକ୍ରମଣର ଶିକାର ମଧ୍ୟ ହୋଇଥିଲେ ଦଇଙ୍କ ଦୁଇ ପୁଅ । ପୂର୍ବରୁ ଗାଁରେ ଗୁଣିଗାରେଡି ନେଇ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ମିଳିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook