Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ: ସମୀର ଦାଶ

    Share on :
    ajab-Image
    Date: Jan 24, 2022    Views: 4854

    ଭୁବନେଶ୍ୱର: ଗତକିଛି ଦିନ ହେବ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିଲା । ଏଥିପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ହେବ କି ନାହିଁ, ତାହା ଆଶଙ୍କାରେ ଥିଲା । ଏହାରି ଭିତରେ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟ ସମେଟିଭ୍ ପରୀକ୍ଷା କରାଯାଇଥିଲା । ଯଦି କରୋନାର ସ୍ଥିତି ସାଂଘାତିକ ହୁଏ, ତେବେ ସମେଟିଭ୍ ପରୀକ୍ଷା ଆଧାରରେ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଫଳ ନିର୍ଦ୍ଧାରିତ ହେବ ବୋଲି କୁହାଯାଉଥିଲା ।  
    ତେବେ କରୋନା ସଂକ୍ରମଣ ଧୀରେଧୀରେ ହ୍ରାସ ପାଉଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ତଳମୁହାଁ ହେଉଛି କରୋନା ସଂକ୍ରମଣ । ଆମର ଆଗ୍ରହ ରହିବ ଦଶମ ଓ ଦ୍ୱାଦଶ ପରୀକ୍ଷା କରିବାକୁ ଓ ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ରୁହନ୍ତୁ ବୋଲି ସେ ସୂଚନା ଦେଇଛନ୍ତି । 

    ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶେଷ  ପରିସ୍ଥିତିରେ ହୁଏତ ଅନ୍ୟ ନିଷ୍ପତ୍ତି ନିଆଯାଇପାରେ କିନ୍ତୁ ଆଜିର ସ୍ଥିତି ଦେଖିଲେ, ପରୀକ୍ଷା ହେବାର ସମ୍ଭାବନା ଯଥେଷ୍ଟ ରହିଛି । 

    Maximum 500 characters

    ତାଜା ଖବର View all

    Find Us on Facebook