Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏଥର ଅଯୋଧ୍ୟାରୁ ନର୍ବାଚନ ଲଢିବେ ଯୋଗୀ!

    Share on :
    ajab-Image
    Date: Jan 13, 2022    Views: 4193


    ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଜେପିରେ ବିଦ୍ରୋହର ସ୍ୱର । ଗତ ଦୁଇ ଦିନ ମଧ୍ୟରେ ଉତ୍ତରପ୍ରଦେଶର ଯୋଗୀ ସରକାରରୁ ୨ମନ୍ତ୍ରୀ, ୪ବିଧାୟକଙ୍କ ସମେତ ୬ନେତା ଇସ୍ତଫା ଦେଲେଣି । ନିର୍ବାଚନ ଖୁବ୍ କମ୍ ଦିନ ଥିବାବେଳେ ଏହା ବିଜେପି ପାଇଁ ଏକ ଶକ୍ତ ଜଟ୍କା । ଏହାରି ଭିତରେ ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଆସନରୁ ଲଢିବେ । ଗତକାଲି ବିଜେପିର ଏକ ୧୦ଘଣ୍ଟିଆ ମାରାଥାନ୍ ବୈଠକ ଦିଲ୍ଳୀରେ ହୋଇଥିଲା । 
    ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ । ଏହି ବୈଠକରେ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ଲଢିବା ସଂକ୍ରାନ୍ତରେ ଆଲୋଚନା ହୋଇଥିବା ନେଇ ଅନୁମାନ କରାଯାଉଛି । ଯୋଗୀ ଏବେ ବିଧାନ ପରିଷଦ ସଦସ୍ୟ ରହିଛନ୍ତି । 


    ନିକଟରେ ଯୋଗୀ କହିଥିଲେ ଯେ, ଦଳର ଶୀର୍ଷ ନେତାଙ୍କ ନିଷ୍ପତ୍ତି କ୍ରମେ ସେ ବିଧାନସଭା ନିର୍ବାଚନ ଲଢିବେ । ଉତ୍ତରପ୍ରଦେଶରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆସନରେ ପାର୍ଥୀ ଚୟନ କରିବା ପାଇଁ ଖୁବ୍ ଶୀଘ୍ର ବିଜେପିର ସିିସି (କେନ୍ଦ୍ରୀୟ ନିର୍ବାଚନ କମିଟି) ବୈଠକ ହୋଇପାରେ । ସୂଚନାଥାଉକି, ଉତ୍ତର ପ୍ରଦେଶର ଅଯୋଧ୍ୟା ଆସନରୁ ଏବେ ବେଦ ପ୍ରକାଶ ଗୁପ୍ତା ପ୍ରତିନିଧିତ୍ୱ କରୁଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook