Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟାଙ୍ଗିଆରେ ହାଣି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

    Share on :
    ajab-Image
    Date: Oct 21, 2021    Views: 4285

    ବିରମିତ୍ରପୁର: ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ହାଣି ଦେଲେ । ବୃଦ୍ଧ ଦମ୍ପତିଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଘରେ ପଡ଼ିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏପରି ଜଘନ୍ୟ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲ ପଞ୍ଚାୟତ ଅଧିନସ୍ଥ ଭଦ୍ରାଟୋଲୀ ବସ୍ତିରେ ଗତ କାଲି ଘଟିଯାଇଛି ।
    ସୂଚନା ଅନୁଯାୟୀ, ବୃଦ୍ଧ ଦମ୍ପତି ଘରେ ଏକା ରହୁଥିବା ବେଳେ ସେମାନଙ୍କ ୩ ପିଲା ବାହାରେ ରୁହନ୍ତି। ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ କେହି ଦୁର୍ବୃତ୍ତ ଘରେ ପଶି ଉଭୟଙ୍କୁ ହାଣି ଥିବା ଜଣାଯାଇଛି। ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହୋଇଛି।ବୀରମିତ୍ରପୁର ଏସ୍‌ଡିପିଓ  ଘଟଣାସ୍ଥଳରେ ପହଞ୍ଚି ହତ୍ୟା ଘଟଣାର ତଦନ୍ତ ଜାରି ରଖିଛନ୍ତି ଓ ପାରିପାର୍ଶ୍ୱିକ ସ୍ଥିତିରୁ ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।
    ଆଜି ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ନମୁନା ସଂଗ୍ରହ କରିବେ ବୋଲି ଜଣାଯାଇଛି। ଏହାପରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ।  ବାପାମା’ଙ୍କ ମୃତ୍ୟୁ ଖବର ଶୁଣି ସେମାନଙ୍କ ୩ ସନ୍ତାନ ଘରେ ପହଞ୍ଚିଥିବା ବେଳେ କିଏ ଏପରି ହତ୍ୟାକାଣ୍ଡ ଭିଆଇଥିବ ସେମାନେ  ସ୍ପଷ୍ଟ ଭାବେ କହିପାରୁ ନାହାନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook