Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗୋବିନ୍ଦ ସାହୁ କୋର୍ଟ ଚାଲାଣ

    Share on :
    ajab-Image
    Date: Oct 20, 2021    Views: 4693

    କଳାହାଣ୍ଡି : ଗୋବିନ୍ଦ ସାହୁକୁ କୋର୍ଟ ଚାଲାଣ କଲା ପୋଲିସ୍ । ଗୋବିନ୍ଦଙ୍କୁ ବଙ୍ଗୋମୁଣ୍ଡା ଏସଡ଼ିଜେଏମ୍ କୋର୍ଟକୁ ଚାଲାଣ କରିଛି ପୋଲିସ୍ । କିନ୍ତୁ ରିମାଣ୍ଡରେ ଆଣିବାକୁ ଅନୁମତି ମାଗିଛି ପୋଲିସ୍ । ତେବେ ଏହାରି ଭିତରେ ସବୁଠାରୁ ବଡ଼ ଖବର ହେଉଛି ମମିତାଙ୍କୁ ହତ୍ୟା କରିଥିବା ମାନିଛି ଗୋବିନ୍ଦ ସାହୁ । ମହାଲିଙ୍ଗ ମଷ୍ଟ୍ରି ଗୋବିନ୍ଦ ସାହୁ ଅପରାଧକୁ ସ୍ୱୀକାର କରିଥିବା ଜଣାପଡିଛି । ତେବେ ଜେରା ବେଳେ ପୋଲିସ ଆଗରେ ଗୋବିନ୍ଦ ସାହୁ ମାନିଥିବା ସୂଚନା ମିଳିଛି । ପୋଲିସର ଘନଘନ ଜେରା ପରେ ଗୋବିନ୍ଦ ସତ ମାନିଥିବା ଜଣାପଡିଛି । ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଡ୍ରାଇଭର, ଷ୍ଟାଡିୟମ ମୁନସି ଅଟକ ରହିଛନ୍ତି । 

     କାର ଭିତରେ ହିଁ ମମିତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଓଡି-୦୮କେ- ୧୦୦୨ ନମ୍ବର ବିଶିଷ୍ଟ କାରରେ ହିଁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।  ଗତ ୮ ତାରିଖରେ ମମିତାଙ୍କୁ କାରରେ ନେଇ ଆସିଥିଲା ଗୋବିନ୍ଦ ସାହୁ । କାର ଭିତରେ ହିଁ ମମିତାଙ୍କ ସହ ଗୋବିନ୍ଦର ବଚସା ହୋଇଥିଲା ।  ବଚସା ପରେ କାରରେ ମମିତାଙ୍କୁ ଗୋବନ୍ଦ ହତ୍ୟା କରିଥିବା ସୂଚନା ମିଳିଛି ।  ହତ୍ୟା ପରେ ୮ ତାରିଖ ବିଳମ୍ବିତ ରାତିରେ ମୃତଦେହକୁ ପୋତା ଯାଇଥିଲା ।  ୧୪ ତାରିଖରେ କାରକୁ ଜବତ କରିଥିଲା ପୁଲିସ । ଜବତ କାରରୁ ଗୋଟିଏ ପାଉଁଜି ଓ ପେଟ୍ରୋଲ ଜାର ମିଳିଥିଲା ।  ଗତକାଲି ମିଳିଥିବା ମୃତଦେହ ନିକଟରୁ ଗୋଟିଏ ପାଉଁଜି ମିଳିଥିଲା ।  ତେବେ ୬ ତାରିଖରେ ହିଁ ଗାତ ଖୋଳାଯାଇଥିବା ସୂଚନା ମିଳିଛି ।  ତେଣୁ ମମିତାଙ୍କୁ ହତ୍ୟା ନେଇ ପୂର୍ବରୁ ଗୋବିନ୍ଦ ଯୋଜନା କରିଥିଲା । 
    ଗୋବିନ୍ଦ ସାହୁ ଅପରାଧ ସ୍ୱୀକାର କରିଥିବା ସୂଚନା ମିଳିଛି  । ଜେରା ବେଳେ ପୁଲିସ ଆଗରେ ଗୋବିନ୍ଦ ସାହୁ ମମିତାଙ୍କୁ  ହତ୍ୟା କରିଥିବା ସୂଚନା ମିଳିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook