Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କାକା ପୁତୁରାଙ୍କ ଜୀବନ ନେଲା ଦନ୍ତା

    Share on :
    ajab-Image
    Date: Oct 17, 2021    Views: 4379


    ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ରକ୍ତମୁଖା ହୋଇଛି ଦନ୍ତା । ୫ ମାସରେ ୪ ଜଣଙ୍କ ଜୀବନ ନେଇ ସାରିଥିବା ଏହି ଦନ୍ତା ଗତ ଗୁରୁବାର କକା ଓ ପୁତୁରାଙ୍କୁ ରାଞ୍ଚି-ବିଜୟୱାଡା ରାଜପଥରୁ ଟାଣି ନେଇ ଜଙ୍ଗଲରେ ଦଳି ଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ରେଢ଼ାଖୋଲ ବନଖଣ୍ଡ ଡିମିରିକୁଦା ଗାଁରେ । ମୃତକ ଦ୍ୱୟ ହେଲେ ଗାଁର କକା ଦୁଃଶାସନ ଭୋଇ (୨୭) ଓ ପୁତୁରା ଲତିକ ଭୋଇ (୫) । ଗୁରୁବାର ସନ୍ଧ୍ୟାରେ କକା ଦୁଃଶାସନ ପୁତୁରା ଲତିକଙ୍କୁ ସାଇକେଲରେ ବସାଇ ରାଞ୍ଚି ବିଜୟୱାଡା ରାସ୍ତାରେ ଯାଉଥିବା ବେଳେ ଗାଁଠାରୁ ଅଳ୍ପ ଦୂର ରାସ୍ତା ଉପରେ ଦନ୍ତାକୁ ଦେଖିଥିଲେ । ଜୀବନ ବଞ୍ଚାଇବାକୁ କାକା ରାସ୍ତାରେ ସାଇକେଲକୁ ପକାଇ ପୁତୁରାକୁ ସାଙ୍ଗରେ ନେଇ ଜଙ୍ଗଲ ଆଡ଼କୁ ଦୌଡ଼ିଥିଲେ । ହେଲେ ରକ୍ତମୁଖା ଦନ୍ତା ସେମାନଙ୍କୁ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲ ଭିତରକୁ ଟାଣି ନେଇ ନୃଶଂସ ଭାବରେ ଦଳି ମାରି ଦେଇଥିଲା । କାକା ଓ ପୁତୁରା ରାତି ପର୍ଯ୍ୟନ୍ତ ଘରକୁ ନ େ‘ରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ଶୁକ୍ରବାର ସକାଳେ ରାସ୍ତା କଡ଼ରେ ସାଇକେଲ ପଡ଼ିଥିବା ଦେଖିଥିଲେ । ପରେ ନିକଟସ୍ଥ ଜଙ୍ଗଲ ଭିତରକୁ ଯାଇ ଖୋଜିବା ବେଳେ ଉଭୟଙ୍କ ଶବ ବିଖଣ୍ଡିତ ମୃତଦେହ ଦେଖିଥିଲେ । ରେଢ଼ାଖୋଲ ପୁଲିସ ଉଭୟଙ୍କ ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲା ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook