Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦିଲ୍ଲୀର ଲକ୍ଷ୍ମୀନଗରରୁ ଗିରଫ ହେଲା ପାକିସ୍ଥାନୀ ଆତଙ୍କବାଦୀ, ପାଖରେ ଥିଲା ଏହି ସବୁ ଅସ୍ତ୍ରଶସ୍ତ୍ର

    Share on :
    ajab-Image
    Date: Oct 12, 2021    Views: 4763


    ନୂଆଦିଲ୍ଲୀ: ଭାରତୀୟ ନାଗରିକଙ୍କ ନକଲି ପରିଚୟ ଦେଇ ରହିଆସୁଥିବା ଜଣେ ପାକିସ୍ଥାନ ଆତଙ୍କବାଦୀ ଦିଲ୍ଲୀର ଲକ୍ଷ୍ମୀନଗରରୁ ଗିରଫ ହୋଇଛି । ଦିଲ୍ଲୀ ପୋଲିସ ସ୍ପେଶାଲ ଚଢାଉ କରି ଆତଙ୍କବାଦୀ ଧରିଥିବା ସୂଚନା ମିଳିଛି । ଗିରଫ ପରେ ସେହି ଆତଙ୍କବାଦୀ ଠାରୁ ଏକେ-୪୭ ଓ ହ୍ୟାଣ୍ଡ ଗ୍ରେନେଡ ଜବତ ହୋଇଛି । କେବଳ ଏତିକ ନୁହେଁ ଏହା ସହ ୬୦ ରାଉଣ୍ଡ ଗୋଟିଏ ହ୍ୟାଣ୍ଡ ଗ୍ରେନେଡ, ୫୦ରାଉଣ୍ଡ ସହିତ ୨ ଅତ୍ୟାଧୁନିକ ପିସ୍ତଲ ମଧ୍ୟ ଜବତ ହୋଇଛି ।


    ସୂଚନା ଅନୁସାରେ ଦିଲ୍ଲୀରେ ବିସ୍ଫୋରଣ ଘଟାଇବାକୁ ଆଇଏସଆଇ ଠାରୁ ତାଲିମ ନେଇଥିବା ଆତଙ୍କବାଦୀ ଡକୁ୍ୟମେଣ୍ଟ ଜାଲିଆତି କରି ଦିଲ୍ଲୀ ରହିଆସୁଥିଲା । ଦିଲ୍ଲୀ ସହିତ  ଅନ୍ୟ କିଛି ସହରରେ ଆକ୍ରମଣ କରିବାର ଯୋଜନା କରିଥିଲା ଏହି ଆତଙ୍କବାଦୀ । ଏହି ଆତଙ୍କବାଦୀ ନେପାଳ ରାସ୍ତା ଦେଇ ଦିଲ୍ଲୀକୁ ପସିଥିବା ସୂଚନା ମିଳିଛି ।        

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook