Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏହି ରାଜ୍ୟ ଗୁଡିକରେ ଓଡିଆ ଭାଷାକୁ ଦ୍ୱିତୀୟ ଭାଷାରୁ ବାଦ୍

    Share on :
    ajab-Image
    Date: Oct 9, 2021    Views: 4570

    ଭୁବନେଶ୍ୱର: ଗତ ଶୁକ୍ରବାର ଓଡିଆ ଭାଷା ଗୃହ କମିଟି  ବୈଠକ ବିଧାନସଭା ସଚିବାଳୟ ୫୪ ନମ୍ବର ପ୍ରକୋଷ୍ଠରେ  ଅନୁଷ୍ଟିତ ହୋଇଥିଲା । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ କମିଟି ଅଧ୍ୟକ୍ଷ ତଥା ବିଧାୟକ ଅମର ପ୍ରସାଦ ଶତପଥୀ । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଥିଲା ।  ଏଥିରେ ସୀମାନ୍ତ ଅଞ୍ଚଳରେ ଓଡିଆ ଭାଷାର ବାସ୍ତବ ସ୍ଥିତି ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଝାଡଖଣ୍ଡ ଓ ଛତିଶଗଡ ରାଜ୍ୟରେ ଓଡିଆ ଭାଷାକୁ ଅଣଦେଖା କରାଯାଉଥିବା ହୃଦବୋଧ ହୋଇଛି । ସେହିପରି ଅନ୍ୟ କେତେକ ସୀମାନ୍ତ ରାଜ୍ୟରେ ମଧ୍ୟ ଓଡିଆ ଭାଷାକୁ ମଧ୍ୟ ଦ୍ୱତୀୟ ଭାଷାରୁ ବାଦ୍ ଦିଆଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

    ଓଡିଶା ସରକାର ନିୟମିତ ଓଡିଆ ଭାଷାର ପାଠ୍ୟପୁସ୍ତକ ଯୋଗାଇ ଦେଉଥିବା ଗୃହ କମିଟିକୁ ଅବଗତ କରାଯାଇଛି । କିନ୍ତୁ ସେଠାରେ ଥିବା ଓଡିଆ ଶିକ୍ଷକଙ୍କ ଦରମା କମ୍ ହେଉଥିବାରୁ , ସେମାନଙ୍କ ଦରମା ବୃଦ୍ଧି ସହ ଖାଲି ଥିବା ଶିକ୍ଷକ ପଦବୀ ଗୁଡିକ ତୁରନ୍ତ ପୂରଣ ପାଇଁ ପଦକ୍ଷପ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏହି ସବୁର ସ୍ଥିତି ପରଖି ଗୃହ କମିଟି ରିପୋର୍ଟ ଦେବେ ବୋଲି ସୂଚନା ମିଳିଛି ।   

     

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook