Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବାଣୀବିହାରରେ ‘ୱି ଷ୍ଟାଣ୍ଡ ଫର ପାଣ୍ଡିଆନ ସାର’ ପୋଷ୍ଟର

    Share on :
    ajab-Image
    Date: Sep 7, 2023    Views: 3349

    ଭୁବନେଶ୍ୱର: ଗତ କିଛି ମାସ ହେଲା ରାଜ୍ୟରେ ୫-ଟି ସଚିବଙ୍କୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସହ  ଶାସକ ବିଜେଡିର କଥା କଟାକଟି ଜୋରସୋରରେ ଚାଲିଛି । ପ୍ରସଙ୍ଗ କେବଳ ଗୋଟିଏ । ତାହା  ହେଲା ୫-ଟି ସଚିବ । ତେବେ ଏହି ପ୍ରସଙ୍ଗ ଏବେ ଶିକ୍ଷାନୁଷ୍ଠାନକୁ ବ୍ୟାପିଛି । କାରଣ ଉକ୍ରଳ ବିଶ୍ୱବିଦ୍ୟାଳୟ ପରିସରରେ ଏବେ ୫-ଟି ସଚିବଙ୍କ ପୋଷ୍ଟର ଲଗାଯାଇଛି ।  କ୍ୟାମ୍ପସରେ ବିଜୁ ଛାତ୍ର ଜନତା ଦଳ ନାଁ ଥିବା ପୋଷ୍ଟର ଲଗାଯାଇଛି ।  ଉକ୍ତ ପୋଷ୍ଟରରେ ‘ୱି ଷ୍ଟାଣ୍ଡ ଫର ପାଣ୍ଡିଆନ ସାର’ ଲେଖାଯାଇଥିବା ଦେଖିବାକୁ ମିଳିଛି ।

    ତେବେ ଏହାକୁ ଏବିଭିପି ପକ୍ଷରୁ ବିରୋଧ କରାଯାଇଛି । ବିରୋଧ କରି ଏବିଭିପି ପକ୍ଷରୁ ବିଭିନ୍ନ ମହାପୁରୁଷଙ୍କ ପୋଷ୍ଟର ଲଗାଯାଇଛି ।  ୫-ଟି ସଚିବଙ୍କ ପୋଷ୍ଟର ନିକଟରେ ହିଁ ଏବିଭିପି ମହାପୁରୁଷଙ୍କ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି । ଯେଉଁଥିରେ ହରେକୃଷ୍ଣ ମହତାବ, ଉତ୍କଳ ଗୌରବ ମଧୁସୂଦନ ଦାସ, ସରଳା ଦେବୀ, ବୀର ସୁରେନ୍ଦ୍ର ସାଏ, ଫକୀର ମୋହନ ସେନାପତିଙ୍କ ଫଟୋ ରହିଛି ।  ଅନ୍ୟପକ୍ଷରେ ଓଡ଼ିଶାର ବରପୁତ୍ରମାନଙ୍କର ପୋଷ୍ଟର ଲଗାଯାଇଥିଲେ ବି କିଛି ଦୁର୍ବୃତ୍ତ ତାକୁ ଚିରି ଦେଇଥିବା ଏବିଭିପି ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଯେତେ ଚିରାଗଲେ ବି ଆଗକୁ ଏଭଳି ମହାପୁରୁଷଙ୍କ ପୋଷ୍ଟର ଲଗାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।  

    ତେବେ ପୁରୀ ଗସ୍ତବେଳେ ୫-ଟି ସଚିବଙ୍କୁ କାଳିମାଡ଼ କରାଯାଇଥିଲା । ଯାହାକୁ ବିରୋଧ କରି ଏଭଳି ପୋଷ୍ଟର ଲଗାଯାଇଥିବା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook