Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

TOKYO OLYMPIC

ମୁଖ୍ୟ ଖବର

    ବଜରଙ୍ଗଙ୍କୁ ବ୍ରୋଞ୍ଜ : ଅଲମ୍ପିକରେ ଭାରତକୁ ଆଉ ଏକ ପଦକ

    Share on :
    ajab-Image
    Date: Aug 7, 2021    Views: 4663

    ଟୋକିଓ : ପୁରୁଷ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  । ଗତକାଲି ସେମିଫାଇନାଲରେ ସେ ପରାସ୍ତ ହୋଇଥିଲେ ବି ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ମ୍ୟାଚରେ ସେ ଦମଦାର ପ୍ରଦର୍ଶନ କରିଥିଲେ  । 

    ସେମି ଫାଇନାଲରେ ସେ ଆଜରବାଇଜନର ହାଜି ଆଲିଏଭଙ୍କ ଠାରୁ ପରାସ୍ତ ହୋଇଥିଲେ  । ଫଳରେ ବଜରଙ୍ଗଙ୍କ ରୌପ୍ୟ କିମ୍ବା ସ୍ୱର୍ଣ୍ଣ ଆଶା ଧୂଳିସାତ ହୋଇଯାଇଥିଲା  । କିନ୍ତୁ ସେ ଆଶା ଛାଡ଼ିନଥିଲେ  । ଆଜି ବ୍ରୋଞ୍ଜ ପଦକ ମ୍ୟାଚରେ ସେ ଦମଦାର ପ୍ରଦର୍ଶନ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି  । ମ୍ୟାଚରେ ସେ ପ୍ରତିପକ୍ଷକୁ କୌଣସି ସୁଯୋଗ ଦେଇନଥିଲେ  । ୮-୦ରେ ସେ ମ୍ୟାଚ ଜିଣି ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି କରିଛନ୍ତି  ।

    ଚଳିତ ଅଲମ୍ପିକ ପୂର୍ବରୁ ବଜରଙ୍ଗ ଆହତ ହୋଇଥିଲେ  । ତଥାପିବି ସେ ହିମ୍ମତ ହାରିନଥିଲେ  । ବଜରଙ୍ଗଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲେବି ସେ ଚମକôାର ଖେଳିଥିଲେ  । 

    ବଜରଙ୍ଗ ବ୍ରୋଞ୍ଜ ପଦକ ହାସଲ କରିବା ପରେ ସୋସିଆଲ ମିଡ଼ିଆରେ ପ୍ରଶଂସାର ସୁଅ ଛୁଟିଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି  । 

    କ୍ୱାର୍ଟର ଫାଇନାଲରେ ବଜରଙ୍ଗ ଇରାନର ମୋର୍ତେଜାଙ୍କୁ ହରାଇଥିଲେ । ମୋର୍ତେଜା ହାରିବା ପରେ କାନ୍ଦି ପକାଇଥିଲେ  । ତେବେ ସେ ବିଜୟ ସେଲିବ୍ରେସନ ନକରି ମୋର୍ତେଜାଙ୍କୁ ମ୍ୟାଟରୁ ଉଠାଇ ଖେଳୁଆଡ଼ ମନୋଭାବର ପରିଚୟ ଦେଇଥିଲେ  ।

    Maximum 500 characters

    TOKYO OLYMPIC View all

    Find Us on Facebook