Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

TOKYO OLYMPIC

ମୁଖ୍ୟ ଖବର

    ଟୋକିଓରେ ଚାଇନା-ଆମେରିକା ଲଢେଇ, କେଉଁ ଦେଶର କେତେ ପଦକ ଜାଣନ୍ତୁ

    Share on :
    ajab-Image
    Date: Aug 6, 2021    Views: 5195

    ଟୋକିଓ : ଟୋକିଓରେ ଖେଳାଳୀମାନେ ପଦକ ପାଇଁ ଲଢେ଼ଇ କରୁଥିବାବେଳେ ପଦକ ତାଲିକାରେ କିଏ ଆଗରେ ରହିବ ସେଥିପାଇଁ ଚାଇନା ଓ ଆମେରିକା ମଧ୍ୟରେ ଜୋରଦାର ଲଢେ଼ଇ ଚାଲିଛି  । ଏବେ ଚାଇନା ୩୪ଟି ସ୍ୱର୍ଣ୍ଣ ପଦକ ସହ ସର୍ବାଗ୍ରେ ରହିଥିବାବେଳେ ଆମେରିକା ୩୦ ସ୍ୱର୍ଣ୍ଣ ପଦକ ପାଇଁ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି  ।

    ଚାଇନା ଏଯାବତ ୩୪ ସ୍ୱର୍ଣ୍ଣ ପଦକ, ୨୪ ରୌପ୍ୟ ପଦକ ଓ ୧୬ ବ୍ରୋଞ୍ଜ ସହ ୭୪ଟି ପଦକ ହାସଲ କରିସାରିଛି  । ତେବେ ଆମେରିକା ୩୦ଟି ସ୍ୱର୍ଣ୍ଣ ପଦକ, ୩୫ ରୌପ୍ୟ ପଦକ ଓ ୨୭ଟି ବ୍ରୋଞ୍ଜ ସହ ୯୨ଟି ପଦକ ପାଇବାରେ ସମର୍ଥ ହୋଇଛି  । ଅପରପକ୍ଷରେ ଆୟୋଜକ ଜାପାନ ୨୨ ସ୍ୱର୍ଣ୍ଣ ସହ ୪୭ ପଦକ ପାଇଥିବାବେଳେ ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ୧୭ଟି ସ୍ୱର୍ଣ୍ଣ ସହ ୪୨ ପଦକ ପାଇଛି  ।

    ଋଷୀୟ ୧୬ ସ୍ୱର୍ଣ୍ଣ ସହ ମୋଟ ୫୮ ପଦକ ପାଇ ପଂଚମ ସ୍ଥାନରେ ରହିଛି  । ଋଷୀୟ ଗୋଟିଏ ସ୍ୱର୍ଣ୍ଣ ପାଇଲେ ତାହା ଅଷ୍ଟ୍ରେଲିଆକୁ ପଛରେ ପକାଇଦେବ  । କାହିଁକିନା ଏହା ୨୨ ରୌପ୍ୟ ପଦକ ପାଇଥିବାବେଳେ ଅଷ୍ଟ୍ରେଲିଆ ୬ ରୌପ୍ୟ ପାଇଛି  । 

    ଅପରପକ୍ଷରେ ଗ୍ରେଟ ବ୍ରିଟେନ ୧୬ ସ୍ୱର୍ଣ୍ଣ, ଜର୍ମାନୀ ୯ ସ୍ୱର୍ଣ୍ଣ, ଫ୍ରାନ୍ସ ୭ ସ୍ୱର୍ଣ୍ଣ, ଇଟାଲୀ ୭ ସ୍ୱର୍ଣ୍ଣ, ନେଦରଲାଣ୍ଡ ୭ ସ୍ୱର୍ଣ୍ଣ, ନୁ୍ୟଜଲାଣ୍ଡ ୭ ସ୍ୱର୍ଣ୍ଣ, ଦକ୍ଷିଣ କୋରିଆ ୬ ସ୍ୱର୍ଣ୍ଣ, ହଙ୍ଗେରୀ ୫ ସ୍ୱର୍ଣ୍ଣ, କାନାଡ଼ା ୫ ସ୍ୱର୍ଣ୍ଣ, କୁ୍ୟବା ୫ ସ୍ୱର୍ଣ୍ଣ, ବ୍ରାଜିଲ, ପୋଲାଣ୍ଡ, ଚେକ ରିପ୍ଲବିକ ୪ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି  । ସେହିପରି ସ୍ୱିଜରଲାଣ୍ଡକୁ ୩ଟି ସ୍ୱର୍ଣ୍ଣ ମିଳିଛି ।

    Maximum 500 characters

    TOKYO OLYMPIC View all

    Find Us on Facebook