Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

TOKYO OLYMPIC

ମୁଖ୍ୟ ଖବର

    ଟୋକିଓରେ ଭାରତକୁ ରୌପ୍ୟ : ରବି ଦାହିୟାଙ୍କ କମାଲ

    Share on :
    ajab-Image
    Date: Aug 5, 2021    Views: 5521

    ଟୋକିଓ : ଭାରତୀୟ ପହିଲମାନ ରବି କୁମାର ଦାହିୟା ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ପାଇଛନ୍ତି  । ଫାଇନାଲରେ ସେ ପରାସ୍ତ ହୋଇଛନ୍ତି  । ତେବେ ରବିଙ୍କ ରୌପ୍ୟ ପଦକ ଭାରତୀୟଙ୍କ ମନରେ ଖୁସି ଭରିଦେଇଛି  । ଏଯାବତ ଅଲମ୍ପିକ୍ସରେ ଭାରତ ୨ଟି ରୌପ୍ୟ ଜିଣିପାରଛି  । ପ୍ରଥମେ ମୀରାବାଇ ଚାନୁ ରୌପ୍ୟ ପଦକ ହାସଲ କରିଥିବାବେଳେ ଏବେ ରବି କୁମାରଙ୍କ ରୌପ୍ୟ ହାସଲ କରିଛନ୍ତି  । ଅପରପକ୍ଷରେ ଏଯାବତ ଭାରତକୁ ୩ଟି ବ୍ରୋଞ୍ଜ ପଦକ ମିଳିଛି  । ପୂର୍ବରୁ ପିଭି ସିନ୍ଧୁ ଓ ଲଭଲିନା ବ୍ରୋଞ୍ଜ ପଦକ ପାଇଥିବାବେଳେ ଆଜି ଭାରତୀୟ ହକି ଟିମ ବ୍ରୋଞ୍ଜ ପଦକ ଆଣି ଇତିହାସ ରଚିଛି  ।

    କାଜାଗସ୍ତାନ ପହିଲମାନ ସୋନାୟେବ ନୁରୀସ୍ଲାମଙ୍କୁ ହରାଇ ରବି କୁମାର ୫୭ କେଜି ବର୍ଗରେ ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲେ  । ରବି କୁମାର ଟୋକିଓ ଅଲମ୍ପିକ୍ସରେ ବହୁତ ଭଲ ପ୍ରଦର୍ଶନ କରିଥିଲେ  । ସେ ପ୍ରଥମେ କଲମ୍ବିଆର ଓସ୍କାର ଟାଇଗରେରୋସଙ୍କୁ ୧୩-୨ରେ ହରାଇଥିବାବେଳେ ପରେ ବୁଲଗାରିଆର ଗିଓରଜି ବାଂଙ୍ଗଲୋଭଙ୍କୁ ୧୪-୪ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ  । ରବିକୁମାରଙ୍କ ପୂର୍ବରୁ ୨୦୧୨ରେ ସୁଶୀଲ କୁମାର ଅଲମ୍ପିକରେ ରୌପ୍ୟ ପଦକ ଜିତିଥିଲେ  ।

    ଫାଇନାଲରେ ରବି କୁମାର ଋଷର ପହିଲିମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ  । ସେ ଚମକôାର ପ୍ରଦର୍ଶନ କରିଥିଲେବି ଋଷର ଜାଭୁର ୟୂଗେବଙ୍କ ଠାରୁ ୭-୪ରେ ପରାସ୍ତ ହୋଇଛନ୍ତି  । ୨୦୧୮ ଓ ୨୦୧୯ରେ ଜାଭୁର ବିଶ୍ୱ ଚମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ  ।

    Maximum 500 characters

    TOKYO OLYMPIC View all

    Find Us on Facebook