Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

TOKYO OLYMPIC

ମୁଖ୍ୟ ଖବର

    ଖୁସିଖବର : ଭାରତକୁ ଆଉ ଗୋଟିଏ ପଦକ

    Share on :
    ajab-Image
    Date: Aug 4, 2021    Views: 5384

    ଭୁବନେଶ୍ୱର : ଭାରତୀୟଙ୍କ ପାଇଁ ଖୁସିଖବର । ଟୋକିଓ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିବା ନିଶ୍ଚିତ ହୋଇଯାଇଛି  । ୫୭ କେଜି ଫ୍ରିଷ୍ଟାଇଲ ରେସଲିଂରେ ରବି ଦାହିଆ ଫାଇନାଲକୁ ଉତୀର୍ଣ୍ଣ ହୋଇଛନ୍ତି  । ଫଳରେ ସେ ଭାରତ ପାଇଁ ଅତିକମରେ ଗୋଟିଏ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି  । ଅପରପକ୍ଷରେ ଅପରାହ୍ନରେ ମହିଳା ହକି ଟିମ ସେମିଫାଇନାଲ ମ୍ୟାଚ ଖେଳିବ  । ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି  ।

    ରବି କୁମାର ଦାହିଆ ଆଜି ଦିନ ତମାମ ଚମକôାର ଖେଳ ପ୍ରଦର୍ଶନ କରିଥିଲେ । ଦୁଇ ଦୁଇ ଥର ବିଶ୍ୱ ମେଡ଼ାଲିଷ୍ଟ କାଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କୁ ସେ ପରାସ୍ତ କରିଥିଲେ  । ସେ ପ୍ରଥମାର୍ଦ୍ଧରେ ୨-୧ରେ ଅଗ୍ରଣୀ ହାସଲ କରିଥିଲେବି ଦ୍ୱିତୀୟାର୍ଦ୍ଧରେ ୨-୯ରେ ପଛୁଆ ରହି ଯାଇଥିଲେ  । କିନ୍ତୁ ସେ ପରେ ଭଲ ପ୍ରଦର୍ଶନ କରିଥିଲେ  । କାଜାଖସ୍ତାନ ଖେଳାଳୀଙ୍କୁ ସେ ରେସଲିଂରେ ଚିତ କରିଦେଇଥିଲେ  ।  ସୁଶୀଲ କୁମାରଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ରବି କୁମାର ଫାଇନାଲ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି  ।

    ରବି ଦାହିଆ ଫାଇନାଲକୁ ଯିବା ପରେ ଏବେ ବହୁ କ୍ରୀଡ଼ାବିତ ଓ ରାଜନେତାମାନେ ଶୁଭେଚ୍ଛା ଜଣାଇଛନ୍ତି  । ସୋସିଆଲ ମିଡ଼ିଆରେ ଏବେ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି  ।

    Maximum 500 characters

    TOKYO OLYMPIC View all

    Find Us on Facebook