Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୪୦ ବର୍ଷ ଚାଲିବ ବିଜେପି ଶାସନ : ଅମିତ ଶାହ

    Share on :
    ajab-Image
    Date: Jul 4, 2022    Views: 4938


    ହାଇଦ୍ରାବାଦ, ଆଗାମୀ ୩୦-୪୦ ବର୍ଷ ବିଜେପିର ଯୁଗ ହେବ ଏବଂ ଭାରତ ବିଶ୍ୱଗୁରୁ ପାଲଟିବ । ବଂଶବାଦୀ ରାଜନୀତି,ଜାତିଆଣବାଦ ଓ ତୁଷ୍ଟିକରଣ ରାଜନୀତି ହେଉଛି ‘ମହାପାପ’ ଏବଂ ବର୍ଷ ବର୍ଷ ଧରି ଭାରତର ଦୁର୍ଭୋଗ ମୂଳରେ ଏହି କାରଣ ନିହିତ । ହାଇଦ୍ରାବାଦଠାରେ ବିଜେପିର ଦ୍ୱିଦିବସୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିବସରେ ଗୃହମନ୍ତ୍ରୀ ଅମିତ ଶାହା ଏହା କହିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶାହଙ୍କ ଭାଷଣର ସାରସଂକ୍ଷେପ ଗଣମାଧ୍ୟମକୁ ପ୍ରଦାନ କରି ଏହି ସୂଚନା ଦେଇଛନ୍ତି । ଶାହ କହିଛନ୍ତି ଯେ ସମ୍ପ୍ରତି ବିଭିନ୍ନ ନିର୍ବାଚନରେ ବିଜେପି କ୍ରମାଗତ ବିଜୟଲାଭ  କରିଆସୁଅଛି । ଏଥିରୁ ବୁଝାପଡୁଛି ଯେ ଦଳର ବିକାଶ ଓ ପ୍ରଦର୍ଶନମୂଳକ ରାଜନୀତିକୁ ଲୋକେ ପସନ୍ଦ କରୁଛନ୍ତି । ଏହାଦ୍ୱାରା ପାରିବାରିକ ଶାସନ ଏବଂ ଜାତିଆଣ ଓ ତୁଷ୍ଟୀକରଣମୂଳକ ରାଜନୀତିର ଅନ୍ତ ଘଟିବାକୁ ଯାଉଛି । ବିଜେପି ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ପରି ରାଜ୍ୟର କୁଶାସନର ଅନ୍ତ ଘଟାଇବ ଏବଂ ଆନ୍ଧ୍ରପ୍ରଦେଶ, ତାମିଲନାଡୁ,ଓ ଓଡିଶା ପରି ରାଜ୍ୟରେ ମଧ୍ୟ କ୍ଷମତାକୁ ଆସିବ । ବିଜେପିର ପରବର୍ତୀ ବିସ୍ତାର ଅଭିଯାନ ଦାକ୍ଷିଣାତ୍ୟରୁ ଆରମ୍ଭ ହେବ ବୋଲି ଶାହା କହିଛନ୍ତି । ଏହି ବୈଠକରେ ନିହତ ଏମପି ଏହସାନ୍ ଜାଫ୍ରୀଙ୍କ ପତ୍ନୀ ଜାକିଆ ଜାଫ୍ରୀଙ୍କ ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିଦେଇଥିବା ରାୟକୁ ଶାହ ଐତିହାସିକ ବୋଲି ଅଭିହିତ କରିଥିଲେ । ଶାହ କହିଥିଲେ ଯେ ଏସ୍ଆଇଟି ତଦନ୍ତର ସମ୍ମୁଖୀନ ହେବାବେଳେ ମୋଦୀ ନୀରବତା ଅବଲମ୍ବନ କରିବା ସହ ନ୍ୟାୟ ବ୍ୟବସ୍ଥା ଉପରେ ଭରସା ରଖିଥିଲେ । କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଇଡି ଜେରା କଲାବେଳେ କଂଗ୍ରେସ ଦଳ ଦେଶ ସାରା ଅରାଜକତା ସୃଷ୍ଟି କରିଦେଲା । ମୋଦୀ ତଦନ୍ତର ସମ୍ମୁଖୀନ ହେବାବେଳେ ଏପ୍ରକାର ଡ୍ରାମା କରିନାହାଁନ୍ତି । 
     

    Maximum 500 characters

    ରାଜନୀତି View all

    Find Us on Facebook