Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜଳିଗଲା ୪୦ ମାଛଧରା ଡଙ୍ଗା

    Share on :
    ajab-Image
    Date: Nov 20, 2023    Views: 3969

    ବିଶାଖାପଟନମ୍‌: ବିଶାଖାପଟନମ୍‌ର ଏକ ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପ୍ରାୟ ୪୦ଟି ମତ୍ସ୍ୟଜୀବୀ ଡଙ୍ଗା ପୋଡ଼ି ପାଉଁଶ ହୋଇଯାଇଛି। ରବିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମତ୍ସ୍ୟଜୀବୀମାନେ ସନ୍ଦେହ କରୁଛନ୍ତି ଯେ, କିଛି ଅପରାଧୀ ଡଙ୍ଗାରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ୩୦ କୋଟି ଟଙ୍କାର କ୍ଷତି ଘଟିଛି।
    ମତ୍ସ୍ୟଜୀବୀ ଏବଂ ସ୍ଥାନୀୟ ପୋଲିସର କହିବା ଅନୁସାରେ, ପ୍ରଥମେ ଗୋଟିଏ ଡଙ୍ଗାରେ ନିଆଁ ଲାଗିବା ପରେ ପାଖକୁ ପାଖ ଲାଗି ରହିଥିବା ଅନ୍ୟ ସବୁ ଡଙ୍ଗାକୁ ବ୍ୟାପି ଯାଇଥିଲା। ଡଙ୍ଗାରେ ଗ୍ୟାସ୍‌ି ସିଲିଣ୍ଡର ଥିବାରୁ ଖୁବଶୀଘ୍ର ନିଆଁ ବ୍ୟାପିଯିବା ସହ ସିଲିଣ୍ଡର ଫାଟି ବିରାଟ ବିସ୍ଫୋରଣ ଘଟିଥିଲା। ସିଲିଣ୍ଡରଗୁଡିକ ଏପରି ଫାଟିଥିଲା ଯେ, ଏହାର ଶବ୍ଦରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏନେଇ ପୋଲିସ ପକ୍ଷରୁ ଏକ ମାମଲା ମଧ୍ୟ ରୁଜୁ ହୋଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook